ଅନ୍ୟାନ୍ୟଜୀବନଶୈଳୀ

ଆଜି କାର୍ତ୍ତିକ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି।

 ଭୁବନେଶ୍ୱର,ଆଜି ସୌଭାଗ୍ୟ ପଞ୍ଚମୀ । ସର୍ବାର୍ଥ ସିଦ୍ଧି ଯୋଗ ଆଜି ସକାଳ ୧୦:୪୭ ରୁ ଆସନ୍ତାକାଲି ସକାଳ ୬:୦୫ ପର୍ଯ୍ୟନ୍ତ ରହିବ। ଏହା ସହିତ, ଜ୍ୟେଷ୍ଠ ନକ୍ଷତ୍ର ଆଜି ସକାଳ ୧୦:୪୭ ପର୍ଯ୍ୟନ୍ତ ରହିବ, ଏହା ପରେ ମୂଳ ନକ୍ଷତ୍ର ଆରମ୍ଭ ହେବ। ଆଜି ଛଠ ପୂଜାର ଦ୍ୱିତୀୟ ଦିନ । ତେବେ ଆସନ୍ତୁ ଜାଣିବା ଆଜିର ସମସ୍ତ ଶୁଭ ସଂଯୋଗ ଏବଂ ରାଶିଫଳ।

ମେଷ….ପରିବାରରେ ସୁଖ ଶାନ୍ତି ବଜାୟ ରହିବ। କର୍ମକ୍ଷେତ୍ରରେ ପରିବର୍ତ୍ତନର ସୂଚନା ମିଳିପାରେ। ଆଖି ସମ୍ବନ୍ଧୀୟ କୌଣସି ସାମାନ୍ୟ ସମସ୍ୟା ଦେଖାଦେଇପାରେ। ସେଥିପାଇଁ ନିଜର ଆଖିର ଯତ୍ନ ନିଅନ୍ତୁ ଓ ବେଶୀ ସମୟ ମୋବାଇଲ୍ ବ୍ୟବହାର କରନ୍ତୁ ନାହିଁ।ଆର୍ଥିକ ଅବସ୍ଥା ଭଲ ରହିବ।

ମିଥୁନ…. ଆର୍ଥିକ ଦିଗ ସୁଦୃଢ଼ ରହିବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଘରୋଇ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବେ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ।

ସିଂହ….ଅଜଣା ଲୋକଙ୍କୁ ବିଶ୍ୱାସ କରିବା ଦ୍ୱାରା କ୍ଷତି ହୋଇପାରେ। ତେଣୁ, ଆର୍ଥିକ କାରବାରରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟରେ କିଛି ନୂଆ ପଦକ୍ଷେପ ନେବେ। ସାମାଜିକ କ୍ଷେତ୍ରରେ ପ୍ରଶଂସା ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ…. ତଥାପି, ନିଜର ଦକ୍ଷତା ପାଇଁ ଆପଣଙ୍କୁ ସମାଜରେ ସମ୍ମାନ ମିଳିବ। ଚାକିରିରେ ପଦୋନ୍ନତିର ସମ୍ଭାବନା ଅଛି। ନୂଆ ଜିନିଷ କିଣିବା ପାଇଁ ଦିନଟି ଶୁଭ। ବନ୍ଧୁମାନଙ୍କ ସାହାଯ୍ୟ ମିଳିବ।

ମୀନ…. ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥତା ଅନୁଭବ କରିବେ। କର୍ମକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ପ୍ରେମ ଜୀବନରେ ଆନନ୍ଦ ମିଳିବ। ଆର୍ଥିକ ସ୍ଥିତି ମଧ୍ୟମ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ।

Related Articles

Back to top button