Breaking Newsମୌସୁମୀ
ସ୍କୁଲ ଛୁଟି ପାଇଁ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ।

ଭୁବନେଶ୍ୱର ,ଆସନ୍ତା ୨୮ ଏବଂ ୨୯ ତାରିଖରେ ବନ୍ଦ ରହିବ ବାତ୍ୟା ଦ୍ବାରା,ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ର।
ସେସବୁ ଜିଲ୍ଲା ହେଉଛି, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି
କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର।
ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ, ଏହି ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ହେବାର ଆଶଙ୍କା ରହିଛି। ତେଣୁ ରେଡୱାର୍ଣ୍ଣିଂ ମଧ୍ୟ ଜାରି କରିଛି ପାଣିପାଗ ବିଭାଗ।…ସେହିପରି ଗଞ୍ଜାମରେ ୨୭ ଏବଂ ୨୮ରେ ସ୍କୁଲ ଛୁଟି ପାଇଁ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ।
୩ ଦିନ ଯାଏଁ ଗୋପାଳପୁର, ସୋନପୁର ବେଳାଭୂମିକୁ ବି ବନ୍ଦ ଘୋଷଣା କରାଯାଇଛି।
ବାତ୍ୟା ମୋନ୍ଥାକୁ ଦେଖି ୨ ଦିନ ପାଇଁ ବନ୍ଦ ରହିବ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ। ଏନେଇ ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର।




