ଜାତୀୟସ୍ୱାସ୍ଥ୍ୟ

ଦିଲ୍ଲୀରେ ଛାତ୍ରୀଙ୍କୁ ଏସିଡ୍ ମାଡ଼

ଭୁବନେଶ୍ୱର ,ଏକ୍ସଟ୍ରା କ୍ଲାସ ପାଇଁ କଲେଜ ଆସୁଥିବା ବେଳେ, ଛାତ୍ରୀଙ୍କୁ ଏସିଡ୍ ଆଟାକ୍। ବାଇକରେ ଆସି ୩ ଜଣ ଦୁର୍ବୃତ୍ତ ତାଙ୍କ ଉପରେ ଏସିଡ୍ ଫିଙ୍ଗି ଚମ୍ପଟ ମାରିଲେ। ସେ ମୁହଁକୁ ରକ୍ଷା କରିଥିଲେ ବି ଦୁଇ ହାତରେ ଆଘାତ ଲାଗିଛି।

ଚିକିତ୍ସା ପାଇଁ ୨୦ ବର୍ଷୀୟ ଛାତ୍ରୀଙ୍କୁ ଦୀପ ଚାନ୍ଦ ବନ୍ଧୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଶୋକ ବିହାରରେ ଥିବା ଲକ୍ଷ୍ମୀବାଇ କଲେଜର ଦ୍ବିତୀୟ ବର୍ଷରେ ପଢୁଛନ୍ତି ଛାତ୍ରୀ।
ଆଜି ଏକ୍ସଟ୍ରା କ୍ଲାସ ପାଇଁ ଯାଇଥିବା ବେଳେ କଲେଜ ନିକଟରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରେ ଏସିଡ୍ ଫିଙ୍ଗିଥିଲେ। ପୀଡ଼ିତା ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି।

ଜଣେ ଅଭିଯୁକ୍ତର ଘର ପୀଡ଼ିତା ରହୁଥିବା ମୁକୁନ୍ଦପୁର ଅଞ୍ଚଳରେ ଓ ଅନ୍ୟ ଦୁଇ ଜଣ ତାର ସହଯୋଗୀ।
ପୀଡ଼ିତାଙ୍କୁ ଅଭିଯୁକ୍ତ ଜିତେନ୍ଦ୍ର ବିଭିନ୍ନ ସମୟରେ ପିଛା କରୁଥିବାରୁ ମାସେ ତଳେ ତାସହ ଯୁକ୍ତିତର୍କ ହୋଇଥିଲା।

ସେହି ରାଗରେ ଦୁଇ ସାଙ୍ଗଙ୍କ ସହାୟତରେ ଆଜି ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ବୟାନ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି ଦିଲ୍ଲୀ ପୋଲିସ। ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚାଲିଛି।

Related Articles

Back to top button