Breaking Newsନିର୍ବାଚନ

ଆଜି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ ।

ଭୁବନେଶ୍ୱର ,SIR ପାଇଁ ଆଜି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଆଜି ସନ୍ଧ୍ଯାରେ ଏକ ପ୍ରେସ କନଫରେନ୍ସ ଯୋଗେ ଅପରାହ୍ଣ ପ୍ରାୟ ଶାଢେ 4 ଟା ବେଳେ ଏହି ଘୋଷଣା କରାଯିବ । ମୁଖ୍ଯ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର, ଶୁଖବୀର ସାନ୍ଧୁ ଓ ବିବେକ ଜୋଶୀଙ୍କ ନେତୃତ୍ବରେ ଏହି କାମ କରାଯିବ ।

ପ୍ରଥମ ପର୍ଯ୍ଯାୟରେ 10 ରୁ 15 ରାଜ୍ଯ ପାଇଁ ଏହା କାର୍ଯ୍ଯକାରୀ ହେବ । ଯେଉଁ ସବୁ ରାଜ୍ଯରେ ଆସନ୍ତା ବର୍ଷ ବିଧାନସଭା ହେବାକୁ ରହିଛି ସେହି ରାଜ୍ଯଗୁଡିକରେ ଏହା ପ୍ରଥମେ ଲାଗୁ କରାଯିବ ।

SIR ଦ୍ବାରା ମତଦାତା ମାନଙ୍କର ନାମକୁ ଅପଡେଟ କରାଯିବ । ମୃତକଙ୍କ ନାଁ ଭୋଟର ତାଲିକାରୁ କଟାଯିବା ସହ ନୁଆ ଭୋଟରଙ୍କ ନାଁ ଏଥିରେ ସାମିଲ କରାଯିବ, ନକଲି ଭୋଟ ପରିଚୟ ପତ୍ର ରଦ୍ଦ କରିବା ଭଳି ପଦକ୍ଷେପ ନିଆଯିବ ।କେରଳ , ଆସାମ, ପୁଡୁଚେରୀ ଓ ତାମିଲନାଡୁରେ ଆସନ୍ତା ବର୍ଷ ଅର୍ଥାତ 2026ରେ ବିଧାନସଭା ନିର୍ବାଚନ ହେବାର ଅଛି ।ଏଣୁ ଏହି ରାଜ୍ଯଗୁଡିକରେ ଆଗୁଆ କାର୍ଯ୍ଯ କରାଯିବ ….

ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଜୋର୍‌ଦାର ବିରୋଧ କରିଆସୁଛନ୍ତି ।

ମତଦାତା ତାଲିକା ସଂଶୋଧନ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେବ । ମାର୍ଚ୍ଚ ପରେ SIRର ପରବର୍ତ୍ତୀ ପର୍ଯ୍ୟାୟ ଘୋଷଣା କରାଯିବ, ଏଥିରେ ଅବଶିଷ୍ଟ ସମସ୍ତ ରାଜ୍ୟକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ନିର୍ବାଚନ କମିସନ ସୂଚନା ଦେଇଛନ୍ତି । ନିର୍ବାଚନ କମିସନ ନିକଟରେ ଆଲୋଚନା କରି ଏହାକୁ ଶୀଘ୍ର ଲାଗୁ କରିବା ପାଇଁ କହିଛନ୍ତି ।

Related Articles

Back to top button