ଅନ୍ୟାନ୍ୟକ୍ରୀଡ଼ା

ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ,ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମହିଳା କ୍ରିକେଟ ବିଶ୍ୱକପ୍ ଫାଇନାଲରେ ଭାରତୀୟ ଦଳର ଏକ ଚମତ୍କାର ବିଜୟ। ICC ମହିଳା ବିଶ୍ୱକପ୍ ବିଜୟ ପରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।  ମହିଳା କ୍ରିକେଟର ପ୍ରଦର୍ଶନକୁ ଉଚ୍ଚକୋଟୀର କରିବ ।

ଆମ ଝିଅ ମାନେ ଯେପରି ଭାରତକୁ ଗର୍ବିତ କଲେ ତାକୁ ମୁଁ ପ୍ରଶଂସା ନକରି ରହିପାରୁନି ବୋଲି କହିଛନ୍ତି ରାଷ୍ଟ୍ରପତି ।ସେପଟେ ମହିଳା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଅନ୍ୟପଟେ ଭାରତୀୟ ମହିଳା ଟିମର ବିଶ୍ୱକପ୍ ବିଜୟ ପରେ ସାରା ଦେଶରେ ସେଲିବ୍ରେସନ ।

ଫାଇନାଲରେ ଆମ ଖେଳାଳିଙ୍କର ପ୍ରଦର୍ଶନ ବେଶ ଭଲ ଥିଲା । ସାରା ଟୁର୍ଣ୍ଣାମେଣ୍ଟରେ ଟିମ୍ ୱାର୍କ ଦେଖିବାକୁ ମିଳିଥିଲା । ଏହି ଐତିହାସିକ ବିଜୟ ଭବିଷ୍ୟତର ଚାମ୍ପିଅନମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବିଜୟ ଖୁସିରେ ବାଣ ଫୁଟାଇ ନାଚ ଗୀତରେ ମସଗୁଲ୍ କ୍ରିକେଟ୍ ପ୍ରେମୀ । ଭାରତୀୟ ଟିମରେ ଖେଳୁଥିବା ଶେଫାଳି ବର୍ମା ଓ କ୍ରାନ୍ତି ଗୌଡ଼ଙ୍କ ପରିବାର ଲୋକେ ମଧ୍ୟ ବିଜୟକୁ ସେଲିବ୍ରେସନ କରିଛନ୍ତି ।

Related Articles

Back to top button