ଅନ୍ତର୍ଜାତୀୟଅନ୍ୟାନ୍ୟ

ପାଣିକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି।

ଭୁବନେଶ୍ୱର ,ପାକିସ୍ତାନ ଗଭୀର ଭାବରେ ବିରକ୍ତ ହୋଇ ପୁଣି ଥରେ ଅନ୍ତର୍ଜାତୀୟ ମଞ୍ଚରେ ନିଜର କ୍ରୋଧ ପ୍ରକାଶ କରିଛି। ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ ବିଶ୍ୱକୁ ନିବେଦନ କରି କହିଛନ୍ତି ଯେ ପାକିସ୍ତାନ ବିରୁଦ୍ଧରେ ପାଣିକୁ, ଏକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି।ଆସିଫ ଅଲି ଜର୍ଦ୍ଦାରୀ କତାରର ରାଜଧାନୀ ଦୋହାରେ ଆୟୋଜିତ ଜାତିସଂଘର ସାମାଜିକ ବିକାଶ ବିଶ୍ୱ ସମ୍ମିଳନୀରେ ଏହି ପ୍ରସଙ୍ଗ ଉଠାଇଥିଲେ ।

ସେ କହିଥିଲେ ଯେ ପାକିସ୍ତାନ ବିରୁଦ୍ଧରେ ପାଣିକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି ଏବଂ ତେଣୁ ସେ ଅନ୍ତର୍ଜାତୀୟ ସମୁଦାୟକୁ ନ୍ୟାୟ, ଶାନ୍ତି ଏବଂ ସମାନତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି।

କାଶ୍ମୀର ପ୍ରସଙ୍ଗ ଉଠାଇ ଆସିଫ ଅଲ୍ଲୀ ଜର୍ଦ୍ଦାରୀ କହିଛନ୍ତି ଯେ, ପାଲେଷ୍ଟାଇନ ଏବଂ କାଶ୍ମୀର ପ୍ରସଙ୍ଗ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ନିର୍ମମ ହତ୍ୟା ପରେ, ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରିଥିଲେ ।

ଯେଉଁଥିରେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରାଯାଇଥିଲା।୧୯ ସେପ୍ଟେମ୍ବର ୧୯୬୦ ରେ, ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥତାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ଯାହା ଦ୍ଵାରା ଛଅଟି ନଦୀର ଜଳ ବାଣ୍ଟି ଦିଆଯାଇଥିଲା।

Related Articles

Back to top button