ଅନ୍ତର୍ଜାତୀୟଅନ୍ୟାନ୍ୟ
ବିବିସି ନ୍ୟୁଜ୍ ବଡ ବିବାଦରେ ଫସିଛି।

ଭୁବନେଶ୍ୱର ,ବ୍ରିଟେନର ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ ବା ବିବିସି ନ୍ୟୁଜ୍ ବଡ ବିବାଦରେ ଫସିଛି। ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭାଷଣକୁ ଏଡିଟିଂ କରି ପ୍ରସାରିତ କରିଥିବାରୁ କମ୍ପାନୀର ଦୁଇ ବରିଷ୍ଠ ଅଧିକାରୀଙ୍କୁ ବିଦା କରାଯାଇଛି ।୨୦୨୧ ଜାନୁଆରୀ ୬ ତାରିଖରେ ଓ୍ୱାସିଂଟନରେ ପ୍ରବଳ ହିଂସା ଦେଖିବାକୁ ମିଳିଥିଲା । ଟ୍ରମ୍ପଙ୍କ ପରାଜୟ ପରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏହା ପୂର୍ବରୁ ଟ୍ରମ୍ପ ଏକ ଭାଷଣ ଦେଇଥିଲେ ।କିନ୍ତୁ ବିବିସି ଏହି ଭାଷଣକୁ ଏଡିଟିଂ କରି ପ୍ରସାରିତ କରିଥିଲା । ଦର୍ଶକଙ୍କୁ ମିଛ ଖବର ଦେଖାଇଥିବା ନେଇ ବିବିସି ବିରୋଧରେ ଅଭିଯୋଗ ଆସିଥିଲା । ଆହୁରି ମଧ୍ୟ ଇସ୍ରାଏଲ-ହମାସ ଯୁଦ୍ଧ, ସମଲିଙ୍ଗୀ ପ୍ରସଙ୍ଗରେ ବିବିସି ନିରପେକ୍ଷତା ଅବଲମ୍ବନ କରିନଥିଲା ।
ଏହି ଘଟଣା ନେଇ କମ୍ପାନୀ ପକ୍ଷରୁ ଡାଇରେକ୍ଟର ଜେନେରାଲ ଟିମ୍ ଡେଭି ଏବଂ ନ୍ୟୁଜ୍ ବିଭାଗର ମୁଖ୍ୟ ଡେବୋରା ଟମେସଙ୍କୁ ଦୋଷୀ କରାଯାଇଥିଲା । ଫଳରେ ଉଭୟ ଇସ୍ତଫା ଦେଇଥିଲେ ।




