ଅନ୍ୟାନ୍ୟ

ପ୍ରଖର ନଦୀ ସ୍ରୋତରେ ଭାସିଗଲା କାର୍, ୯ ପର୍ଯ୍ୟଟକ ମୃତ

ନୂଆଦିଲ୍ଲୀ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜୀବନ ହାରିଲେ ୯ ଜଣ । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତରାଖଣ୍ଡର ରାମନଗର ଢେଲା ନଦୀ ନିକଟରେ । ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ କାର୍ ପାଣି ସୂଅରେ ଭାସି ଯାଇଥିବାରୁ ଏହି ଅଘଟଣ ଘଟିଛି । ପୋଲିସ ମୃତକଙ୍କ ପରିଚୟ ଖୋଜିବାରେ ଲାଗିଥିବା ବେଳେ ସମସ୍ତେ ପଞ୍ଜାବ ପଟିୟାଲାର ବୋଲି ଜଣାପଡିଛି ।

ସୂଚନାନୁସାରେ, ଏକ ଇନୋଭା କାରରେ ୧୦ଜଣ ପର୍ଯ୍ୟଟକ ରାମନଗର ସ୍ଥିତି ରିସୋର୍ଟରେ ରହି ଫେରୁଥିଲେ । ସକାଳ ୫ଟା ୪୫ରେ ସେମାନେ ନଦୀ ରାସ୍ତା ଅତିକ୍ରମ କରୁଥିଲେ । ତେବେ ନଦୀରେ ଆସୁଥିବା ପ୍ରଖର ସ୍ରୋତରେ କାରଟି ଭାସି ଯାଇଥିଲା ।

କାରରେ ଥିବା ୪ ପର୍ଯ୍ୟଟକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିବା ବେଳେ ଅନ୍ୟ ମୃତଦେହକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଥିବା ଜଣାପଡିଛି ।  ତେବେ ଏହି ବଡ ଅଘଟଣରେ ନାଜିୟା ନାମକ ଜଣେ ୨୨ ବର୍ଷୀୟା ଯୁବତୀ ସୌଭାଗ୍ୟବଶତଃ ବର୍ତ୍ତି ଯାଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହ କାରକୁ ନଦୀରୁ ବାହାର କରିବାକୁ କ୍ରେନର ସାହାଯ୍ୟ ନିଆଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com