ଅନ୍ୟାନ୍ୟ

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର, ୧୨/୧୨/୨୦୨୨ – ତାମିଲନାଡ଼ୁ ସଂଲଗ୍ନ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ଆଉ ଏକ ଲଘୁଚାପ ସୃଷ୍ଟିହେବ । ସୃଷ୍ଟି ହେବାକୁଥିବା ଏହି ଲଘୁଚାପ ପଶ୍ଚିମରୁ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେପଟେ ବାତ୍ୟା ମାଣ୍ଡୋସ ଯୋଗୁଁ ଆସୁଥିବା ଜଳୀୟବାଷ୍ଫ ପୂର୍ଣ୍ଣ ବାୟୁ ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ କମ ହୋଇଛି ।

ଧୀରେଧୀରେ ଏହି ବାୟୁ ଦୁର୍ବଳ ହେବା ସହିତ ପୁଣି ଥରେ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବେଶ କରିବ ଏବଂ ପୁଣି ତାପମାତ୍ରା ହ୍ରାସ ପାଇବ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୠୁରୁବାର ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । ଏହା ପରେ ୨ରୁ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ । ଯାହାଦ୍ୱାରା ପୁଣି ଶୀତର ପ୍ରକୋପ ବଢିବ । ଗତ ୨୪ ଘଣ୍ଟାରେ ୧୩ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସୁନ୍ଦରଗଡ଼ର ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com