
ଭୁବନେଶ୍ୱର ,ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ, ତୋଟାଗାଁରେ ଗ୍ୟାସ ଟାଙ୍କି ବିସ୍ଫୋରଣରେ ଜଳିଗଲା ଚା’ ଦୋକାନ ।
ଆଜି ଭୋରରେ ହଠାତ ଦୋକାନ ଭିତରେ ଥିବା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଫଳରେ ଦୋକାନରେ ନିଆଁ ଲାଗିଯାଇଥିଲା ।
ଦୋକାନରେ ଥିବା ସମସ୍ତ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି ।
ଚା’ ଦୋକାନ ପାଖରେ ଥିବା ଏକ ବାଇକ ମଧ୍ୟ ଜଳି ଯାଇଛି ।
ଗ୍ୟାସ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ନାକେଦମ ହୋଇଥିଲା ।
ଶେଷରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ କର୍ମଚାରୀ ।




