
ଭୁବନେଶ୍ୱର ,ବାସ୍ତୁ ଦୋଷ ଘରେ ରହିଲେ ସର୍ବଦା ସମସ୍ୟା ଲାଗେ ରହେ । ଯେତେ ଟଙ୍କା ରୋଜଗାର କଲେ ଅଣ୍ଟେନି ଓ ମାନସିକ ଅଶାନ୍ତି ସୃଷ୍ଟି ହୁଏ । ତେଣୁ ଘରେ ଧନଧାନ୍ୟ, ସୁଖ ଓ ସମୃଦ୍ଧି ଆଣିବାରେ ବାସ୍ତୁ ଶାସ୍ତ୍ର ଅତ୍ୟନ୍ତ ପ୍ରଭାବଶାଳୀ ବିବେଚନା କରାଯାଏ ।ବାସ୍ତୁ ଶାସ୍ତ୍ରରେ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ମଧ୍ୟ ଅନେକ ଉପାୟ କୁହାଯାଇଛି । ଏହି ଉପାୟକୁ ଆପଣାଇ ଘରେ ସୁଖ ସମୃଦ୍ଧି ଆଣିପାରିବେ । ଚାଲନ୍ତୁ ଜାଣିବା କିଛି ବାସ୍ତୁ ଟିପ୍ସ ବିଷୟରେ,
ଟ୍ୟାପ୍ରୁ ପାଣି ବୁନ୍ଦା ବୁନ୍ଦା ପଡିବାକୁ, ବାସ୍ତୁ ଶାସ୍ତ୍ରରେ ଅଶୁଭ ମନେ କରାଯାଏ । ଏହାଦ୍ବାରା ଘରେ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହେ । ଯେତେ ରୋଜଗାର କଲେ ଅଣ୍ଟେନି । ତେଣୁ ସବୁବେଳେ ଭଲ ଭାବେ ଟ୍ୟାପ୍ ବନ୍ଦ କରିବା ଉଚିତ୍ ।ଘରର କବାଟ ଓ ଝରକା ସବୁବେଳେ ସଫାସୁତୁରା ରଖିବା ଆବଶ୍ୟକ । ସକାଳ, ସନ୍ଧ୍ୟାରେ ଝରକା ଖୋଲା ରଖନ୍ତୁ । ଏଥିସହ ଘରର ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗକୁ ସବୁବେଳେ ଖୋଲା ରଖନ୍ତୁ । ଏଦି ଦିଗରୁ ଖରା ଓ ପବନ ଘରେ ପ୍ରବେଶ କରିବା ଆବଶ୍ୟକ ।
ବାସ୍ତୁ ଶାସ୍ତ୍ରରେ ଘରର ଆଲମିରା ରଖିବା ସ୍ଥାନ ମଧ୍ୟ କୁହାଯାଇଛି । ଏହା ଅନୁସାରେ, ଆଲମିରା ସବୁବେଳେ ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ ଦିଗ ଆଡକୁ ରଖିବା ଉଚିତ୍ । ଏମିତି ଆଲମିରା ରଖନ୍ତୁ ଯେମିତି ଏହାର ଡୋର୍ ଉତ୍ତର ଦିଗ ଆଡକୁ ଖୋଲା ରହୁଥିବ । ଏପରି କଲେ ଧନ ଲାଭର ଯୋଗ ହୁଏ ।ରୁମ୍ର ପୂର୍ବ ଦିଗରେ ହାଲକା ନୀଳ ରଙ୍ଗ, ଉତ୍ତରରେ ସବୁଜ, ପଶ୍ଚିମ ଦିଗରେ ନୀଳ ଓ ଦକ୍ଷିଣ ଦିଗରେ ଲାଲ୍ ରଙ୍ଗ ଦେବା ଉଚିତ୍ । ଏପରି କଲେ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।




