ଅନ୍ୟାନ୍ୟଶିକ୍ଷା

କୌଣସି ଅଜଣା ଲିଙ୍କ୍ ନଖୋଲିବାକୁ ପରାମର୍ଶ

ଭୁବନେଶ୍ୱର,ରିଲାଏନ୍ସ jio ଏକ ବାର୍ତ୍ତା ଜାରି କରି ଏହାର ବ୍ୟବହାରକାରୀଙ୍କୁ ବ୍ୟକ୍ତିଗତ ସୂଚନା ସେୟାର କରିବା ବିରୁଦ୍ଧରେ ଚେତାବନୀ ଦେଇଛି। ଏହା ବ୍ୟତୀତ, ଏହା ସେମାନଙ୍କୁ ଏପରି କଲ୍ ଏବଂ ମେସେଜ୍ ପ୍ରତି ସତର୍କ ରହିବାକୁ ଅନୁରୋଧ କରିଛି। କମ୍ପାନୀ ସ୍ପଷ୍ଟ କରିଛି ଯେ ଜିଓ କେବେବି କୌଣସି ତୃତୀୟ-ପକ୍ଷ ଆପ୍ ଡାଉନଲୋଡ୍ କରିବାକୁ ଉତ୍ସାହିତ କରେ ନାହିଁ।

jio ମେସେଜ୍, କଲ୍ କିମ୍ବା ଇମେଲ୍ ମାଧ୍ୟମରେ My Jio ଆପ୍ କିମ୍ବା Jio.com ବାହାରେ କୌଣସି ଲିଙ୍କ୍ ଖୋଲିବାକୁ ବ୍ୟବହାରକାରୀଙ୍କୁ କୁହେ ନାହିଁ। ଏପରି ଯେକୌଣସି ମେସେଜ୍ ଆସିଲେ ତୁରନ୍ତ ଡିଲିଟ୍ କରାଯିବା ଉଚିତ।

ବର୍ଦ୍ଧିତ ସାଇବର ଅପରାଧ ଘଟଣାକୁ ଦୃଷ୍ଟିରେ ରଖି, କମ୍ପାନୀ ବ୍ୟବହାରକାରୀଙ୍କୁ ଠକେଇ ପ୍ରତି ସତର୍କ ରହିବାକୁ ଅନୁରୋଧ କରିଛି। ସାଇବର ଅପରାଧୀମାନେ ସାଧାରଣତଃ ଫ୍ରଡ କଲ୍ ଏବଂ ମେସେଜ୍ ପଠାଇ ଲୋକଙ୍କୁ ଠକୁଛନ୍ତି। ମୋବାଇଲ୍ ବ୍ୟବହାରକାରୀମାନଙ୍କୁ ପ୍ରାୟତଃ ଟେଲିକମ୍ ଅପରେଟର ନାମରେ ଫର୍ଜୀ କଲ୍ କରିସେମାନଙ୍କ ବ୍ୟକ୍ତିଗତ ସୂଚନା ସଂଗ୍ରହ କରନ୍ତି, ଯାହା ପରେ ଫ୍ରଡ ପାଇଁ ବ୍ୟବହୃତ ହୁଏ।

Related Articles

Back to top button