ଅନ୍ୟାନ୍ୟଜାତୀୟ

ଏୟାରପୋର୍ଟରେ ଫସି ରହିଛନ୍ତି ଯାତ୍ରୀ

ଭୁବନେଶ୍ୱର,ଦେଶର ସମସ୍ତ ବିମାବନ୍ଦରରେ ଫସି ରହିଛନ୍ତି ଶହ ଶହ ସଂଖ୍ୟାରେ ଯାତ୍ରୀ। ଇଣ୍ଡିଗୋ ଏୟାର ଲାଇନ୍ସ ଅଚଳାବସ୍ଥା ଏଯାଏ ଦୂର ହୋଇନି।  ଜରୁରୀ କାମରେ ଯିବାକୁ ଗତ ୫ ଦିନ ଧରି ଦେଶରେ ବିଭିନ୍ନ ସ୍ଥାନରେ ଯାତ୍ରୀମାନେ ଅଟକି ରହିଛନ୍ତି।

ଯାତ୍ରୀମାନେ କାଉଣ୍ଟରରେ ଇଣ୍ଡିଗୋ କର୍ମଚାରୀଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲୁଥିବା ବେଳେ ସେମାନଙ୍କ ପାଖରେ କୌଣସି ସନ୍ତୋଷଜନକ ଉତ୍ତର ନାହିଁ।

ତେଣୁ ସ୍ଥାନେ ସ୍ଥାନେ ଗଣ୍ଡଗୋଳ ସହ ଉଚ୍ଚ ସ୍ବରରେ ପାଟି କରି ବିମାନ କମ୍ପାନୀ କର୍ମଚାରୀଙ୍କ ଉପରେ ରାଗ ସୁଝାଉଛନ୍ତି ଯାତ୍ରୀ। ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ବିମାନ କେବେ ଏବଂ କେତେବେଳେ ସ୍ବଭାବିକ ହେବ, ତାହା ଇଣ୍ଡିଗୋ ଏୟାର ଲାଇନ୍ସ କାଉଣ୍ଟରରେ ଠିକରେ ସୂଚନା ମିଳିପାରୁନଥିବାରୁ ଏହାକୁ ନେଇ ଭୀଷଣ କ୍ଷୁବ୍ଧ ହୋଇଛନ୍ତି ଯାତ୍ରୀ।

Related Articles

Back to top button