ଜାତୀୟମନୋରଞ୍ଜନ

ଲଳୀତ୍-ସୁସ୍ମିତାଙ୍କ ସମ୍ପର୍କକୁ ନେଇ ଏପରି କହିଲେ ରୋହମାନ, ଭିଡିଓରେ ଭାଇରାଲ୍‌

ମୁମ୍ବାଇ: ପ୍ରଥମେ ସୁସ୍ମିତା ସେନ୍ ଏବଂ ରୋହମାନ ଦୀର୍ଘ ବର୍ଷ ଧରି ସମ୍ପର୍କ ରଖିଥିଲେ। ରୋହମାନ ସୁସ୍ମିତାଙ୍କଠାରୁ ସାନ ଥିଲେ ମଧ୍ୟ ପ୍ରଶଂସକମାନେ ସେମାନଙ୍କ ଯୋଡିକୁ ଭଲ ପାଉଥିଲେ। ହେଲେ ହଠାତ୍ ଦୁହେଁ ଅଲଗା ହୋଇଯାଇଥିଲେ। ଏନେଇ ନିଜେ ସୁସ୍ମିତା ଏ ବିଷୟରେ ଜଣାଇଥିଲେ । ବ୍ରେକଅପ୍ ପରେ ମଧ୍ୟ ରୋହମାନ ଏବଂ ସୁସ୍ମିତା ଏକାଠି ସମୟ ବିତାଉଥିବାର ନଜର ଆସିଛନ୍ତି। ହେଲେ ଏବେ କିଛି ଦିନ ଲଲିତ ମୋଦୀ ସୁସ୍ମିତାଙ୍କ ସହ ସମ୍ପର୍କ ଥିବା ଘୋଷଣା କରିଥିଲେ। ଏହା ପରେ ଅନେକ ଲୋକ ଅଭିନେତ୍ରୀଙ୍କୁ ଖୁବ୍ ଟ୍ରୋଲ କରିଛନ୍ତି।

 

View this post on Instagram

 

A post shared by rohman shawl (@rohmanshawl)

ଏହାରି ଭିତରେ ବର୍ତ୍ତମାନ ରୋହମାନ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ପ୍ରେମ କରୁଥିବା ଲୋକଙ୍କୁ ପରାମର୍ଶ ଦେଇ କହିଛନ୍ତି। ଭିଡିଓରେ ରୋହମାନ କୁହନ୍ତି,’ମଣିଷ କାହିଁକି ପ୍ରେମରେ ଏତେ ଦୁଖିତ? ସମସ୍ତେ ସମସ୍ତ ପାର୍ଟନରଙ୍କ ଠାରୁ ବହୁତ କିଛି ଆଶା କରନ୍ତି । ସେସବୁକୁ ସଂପୂର୍ଣ୍ଣ କରିବାକୁ କାହିଁକି ଆଶା କରୁଛ? ତୁମେ କାହିଁକି ନିଜକୁ ସଂପୂର୍ଣ୍ଣ କରୁନାହଁ? କାହିଁକି କାହାକୁ ଆଶା କର, ନିଜକୁ ଖୁସି ରଖ । କେବଳ ଏତିକି ହିଁ ନୁହେଁ ତୁମଏ ତୁମ ବ୍ୟତୀତ ଅନ୍ୟ କେହି ତୁମକୁ ଖୁସି କରିପାରିବେ ନାହିଁ । ତେଣୁ ନିଜେ ଖୁସି ରୁହ ।

ଏହି ଭିଡିଓକୁ ଦେଖିବା ମାତ୍ରେ ପ୍ରଶଂସକମାନେ ରୋହମାନଙ୍କ କଥାକୁ ବହୁତ ପସନ୍ଦ କରିଥିଲେ। ସମସ୍ତେ ତାଙ୍କର ଶାନ୍ତ ଏବଂ ଏପରି ସମ୍ବେଦନଶୀଳ ଆଚରଣକୁ ମଧ୍ୟ ପ୍ରଶଂସା କରୁଛନ୍ତି । ଏଥି ସହିତ କିଛି ପ୍ରଶଂସକ କମେଣ୍ଟ କରିଛନ୍ତି କି ରୋହମାନଙ୍କ ପାଇଁ ସୁସ୍ମିତା ଉପଯୁକ୍ତ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com