ଅନ୍ୟାନ୍ୟଜୀବନଶୈଳୀ

ଆଧାର କାର୍ଡ ବ୍ୟବହାର କରି ଟଙ୍କା ଉଠାଇ ପାରିବେ।

ଭୁବନେଶ୍ୱର,ଅନେକ ଲୋକ ଭାବନ୍ତି ଯେ, ଡେବିଟ୍ କାର୍ଡ ବିନା ଟଙ୍କା ଉଠାଇବା ସମ୍ଭବ ନୁହେଁ । ଅବା ଏହା ବହୁତ କଷ୍ଟକର । କିନ୍ତୁ ଏବେ ଆପଣ ଏହି ସମସ୍ୟା ପାଇଛ ଚିନ୍ତା କରନ୍ତୁ ନାହିଁ। କାରଣ ଏବେ ଆପଣ କେବଳ ଆଧାର କାର୍ଡ ବ୍ୟବହାର କରି ଟଙ୍କା ଉଠାଇ ପାରିବେ। ଆଧାର କାର୍ଡ ବ୍ୟବହାର କରି ଟଙ୍କା ଉଠାଇବା ପାଇଁ ଏହି ସେବାକୁ AePS, କିମ୍ବା ଆଧାର ସକ୍ଷମ ପେମେଣ୍ଟ ସିଷ୍ଟମ କୁହାଯାଏ।

ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଏବଂ ଭାରତୀୟ ଜାତୀୟ ପେମେଣ୍ଟ ନିଗମ (NPCI) ୨୦୧୬ ମସିହାରେ AePS ଆରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ଏବଂ ବ୍ୟାଙ୍କ ସେବା ନଥିବା ଅଞ୍ଚଳରେ ଆଧାର-ଆଧାରିତ ବ୍ୟାଙ୍କ ସେବା ପ୍ରଦାନ କରିବା ପ୍ରତ୍ୟେକ ବ୍ୟାଙ୍କର ନଗଦ ଉଠାଣ ସୀମା ଭିନ୍ନ। କିଛି ବ୍ୟାଙ୍କ ୧୦,୦୦୦ ପର୍ଯ୍ୟନ୍ତ ଉଠାଣ ଅନୁମତି ଦିଅନ୍ତି । ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଅବସ୍ଥିତ ବ୍ୟାଙ୍କ ଏଜେଣ୍ଟମାନଙ୍କ ପାଖରେ ମାଇକ୍ରୋ ଏଟିଏମ୍ ଉପଲବ୍ଧ। ଏହି ଏଜେଣ୍ଟମାନେ ବ୍ୟାଙ୍କ ପକ୍ଷରୁ ସେବା ପ୍ରଦାନ କରନ୍ତି ଏବଂ ଛୋଟ କାରବାରକୁ ମଧ୍ୟ ସହଜ କରନ୍ତି।

ସେହିପରି ଅନ୍ୟ ବ୍ୟାଙ୍କମାନେ, ଅଧିକ ଅନୁମତି ଦିଅନ୍ତି। ତେଣୁ, ଟଙ୍କା ଉଠାଣର ଲିମିଟ୍ ଜାଣିବା ପାଇଁ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ ।

Related Articles

Back to top button