
ଭୁବନେଶ୍ୱର ,ଆପେ ଆପେ ବିଜେଡି ଭାଙ୍ଗିଯିବ ବୋଲି କହିଛନ୍ତି ବିଜେପି ବିଧାୟକ ବିଭୂତି ପ୍ରଧାନ।କହିଛନ୍ତି, ‘ଅପରେସନ୍ ଲୋଟସ୍’ ଦରକାର ପଡିବ ନାହିଁ।ନବୀନ ପଟ୍ଟନାୟକ ଥାଉ ଥାଉ ବିଜେଡି ସରକାରରୁ ଚାଲି ଗଲା।
ଆସନ୍ତା ପଞ୍ଚାୟତ ନିର୍ବାଚନ ପରେ, ବିଜେଡି ଆଉ ରାଜନୈତିକ ହୋଇ ଦଳ ରହିବ ନାହିଁ ବୋଲି କହିଛନ୍ତି।
ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ପଞ୍ଚାୟତିରାଜ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ଗୃହରେ ବିଜେପି ‘ଅପରେସନ୍ ଲୋଟସ୍’ କରୁଥିବା କହିଥିଲେ।
ଧମକ ଚମକ ଦେଇ ବ୍ଲକ୍ ଅଧ୍ୟକ୍ଷମାନଙ୍କୁ ନିଆଯାଉଛି।
ଆପଣ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇପାରନ୍ତି, ମାତ୍ର ଲୋକଙ୍କୁ ଆପଣ ନେଇପାରିବେ ନାହିଁ ବୋଲି ବିଜେପିକୁ ଟାର୍ଗେଟ୍ କରିଥିଲେ।




