ଅନ୍ୟାନ୍ୟ

ଅର୍ଥ ହେରଫେର ଓ କଳାଧନ ଗଚ୍ଛିତ ରଖିବା ଅପରାଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରି ପାରିବ; ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୭/୦୭/୨୦୨୨- ଅର୍ଥ ହେରଫେର ଓ କଳାଧନ ଗଚ୍ଛିତ ରଖିବା ଅପରାଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରି ପାରିବ । ଏଭଳି ମାମଲାରେ ଇଡି ଅପରାଧିଙ୍କୁ ଗିରଫ କରିବା ସହ ସେମାନଙ୍କ ସମ୍ପତ୍ତି ମଧ୍ୟ ଜବତ କରିପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି କରି ଏଭଳି କହିଛନ୍ତି ନ୍ୟାୟାଳୟ । ଇଡି ସରକାରଙ୍କ ଇଙ୍ଗିତରେ କାମ କରୁଛି ଓ ଏହା ବିରୋଧୀଦଳଙ୍କ ଶକ୍ତି କମ କରିବାରେ ସରକାରଙ୍କୁ ସହାୟକ ହେଉଛି ବୋଲି ପି. ଚିଦାମ୍ବରମଙ୍କ ପୁଅ କିର୍ତ୍ତୀ ଚିଦାମ୍ବରମ, ଅନିଲ ଦେଶମୁଖଙ୍କ ସମେତ ୨୪୨ ଜଣ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି ପିଏମଏଲଏ ଭଳି ମାମଲାରେ ଇଡି ଗିରଫ କରିପାରିବ । କୋର୍ଟ ତରଫରୁ କୁହାଯାଇଛି କି ଧାରା ୩ ଆଧାରରେ ଅପରାଧ ଅବୈଦ୍ଧ ଲାଭ ଆଧାରିତ । ଯେତେବେଳ ପର୍ଯ୍ୟନ୍ତ ସରକାରଙ୍କ ସକ୍ଷମ ମଞ୍ଚ ଏଭଳି ଅପରାଧର ଦସ୍ତାବିଜ ପ୍ରସ୍ତୁତ ନକରିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିବ ନାହିଁ । ଏହାସହ ଏଭଳି ଅପରାଧରେ ଇଡି କାହାକୁ ହେପାଜତକୁ ନେବା ବେଳେ ଗିରଫଦାରୀ ଆଧାରରେ ଖୁଲାସା କରିବା ବାଧ୍ୟତାମୂଳକ ନୁହେଁ ବୋଲି ଜଷ୍ଟିସ ଦିନେଶ ମାହେଶ୍ୱରୀ, ଜଷ୍ଟିସ ଏଏମ ଖାନବିଲକର ଓ ଜଷ୍ଟିସ ରବିକୁମାରଙ୍କ ଖଣ୍ଡପୀଠ  ରାୟ ଶୁଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com