ଅନ୍ୟାନ୍ୟସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଗାଜର ।

ଭୁବନେଶ୍ୱର ,ଖାଦ୍ୟ ତାଲିକାରେ ଗାଜର ସାମିଲ କରିବା ସ୍ୱାସ୍ଥ୍ୟପକ୍ଷେ ଉପକାରୀ, ହୋଇଥାଏ ବୋଲି କୁହାଯାଏ । ଗାଜରକୁ କଞ୍ଚା ଖାଇବା ସହିତ ,ଏହାର ଜୁସ୍ ପ୍ରସ୍ତୁତ କରି ମଧ୍ୟ ପିଇପାରିବେ । ଗାଜରରେ ଭିଟାମିନ୍‌,ମିନେରାଲ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ୍ ଉପକାରୀ ହୋଇଥାଏ ।ବୟସ ବଢିବା ସହିତ ଶରୀର କମ୍‌ଜୋର ହେବାରେ ଲାଗେ । ଗାଜର ଖାଇବା ଦ୍ୱାରା ଏହି ସମସ୍ୟା କମ୍ ହୋଇଥାଏ । ଗାଜର ଜୁସ୍ ପିଇବା ଦ୍ୱାରା ଶରୀରକୁ ଏନର୍ଜି ମିଳିଥାଏ ।ଗାଜର ଜୁସ୍ ପିଇବା ଦ୍ୱାରା , ପାଚନ ତନ୍ତ୍ର ମଜ୍‌ବୁତ୍ ହୋଇଥାଏ । ଏହା ସେବନ କରିବା ଦ୍ୱାରା, ଅନେକ୍ ରୋଗବେମାରୀ ଠାରୁ ଏହା ରକ୍ଷା କରିବାରେ ସାହାଯ୍ୟ କରେ ଏବଂ ଶରୀରକୁ ସୁସ୍ଥ ରଖେ ।

ଶରୀରରେ ଭିଟାମିନ୍‌ର ଅଭାବ ଥିଲେ , କଞ୍ଚା ଗାଜର କିମ୍ବା ଗାଜରରୁ ପ୍ରସ୍ତୁତ ଜୁସ୍ ପିଇ ପାରିବେ । ଗାଜର ଜୁସ୍ ପିଇବା ଦ୍ୱାରା ଏହା ତ୍ୱଚାରେ ଚମକ ଆସିଥାଏ ଓ ତ୍ୱଚାରେ ଥିବା ଦାଗ ଦୂର କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ । ଗାଜରର ସବୁଠାରୁ ଖାସ କଥା ହେଉଛି ଏଥିରେ ୮୮ପ୍ରତିଶତ ପର୍ଯ୍ୟନ୍ତ ପାଣି ଥାଏ।ଏଥିରେ ଫାଇବର ଏବଂ ରଫେଜ୍ ଥାଏ। ଯାହା ଦ୍ଵାରା ଓଜନ ନିୟନ୍ତ୍ରଣରେ ରହିଥାଏ। ଏହା ବ୍ୟତୀତ, ଯଦି ଆପଣ ପ୍ରତିଦିନ ଗୋଟିଏ ଗାଜର ଖାଆନ୍ତି, ତେବେ ଆପଣ ପ୍ରାୟ ୮0 ପ୍ରତିଶତ କ୍ୟାଲୋରି ବ୍ୟବହାର କରନ୍ତି, ଯାହା ଦ୍ଵାରା ଆପଣଙ୍କର ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ଅନୁଭବ ହୁଏ। ଏହି ପନିପରିବା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।

Related Articles

Back to top button