ଅନ୍ୟାନ୍ୟଓଡ଼ିଶା

ସପ୍ତାହେ ଶୀତ ଲହରି!

ଭୁବନେଶ୍ୱର ,ସାରା ରାଜ୍ୟରେ ଶୀତ ଲହରି। ସକାଳୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି। କାଲୁଆ ହୋଇଯାଉଛି ହାତଗୋଡ଼।

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ରାଜ୍ୟରେ ସପ୍ତାହେ ପାଗ ଶୁଖିଲା ରହିବ। ସାଧାରଣ ତାପମାତ୍ର୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ।

ଆସନ୍ତା ୨୨ ତାରିଖ ଯାଏଁ ରାଜ୍ୟରେ ଶୀତର ପ୍ରକୋପ ରହିବ। କିଛି କିଛି ସ୍ଥାନରେ ଘନ କୁହୁଡ଼ି ପଡ଼ିପାରେ।

କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୬.୫, ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ୭ ଡିଗ୍ରୀ, ଘୁ. ଉଦୟଗିରିରେ ୭.୬, ନବରଙ୍ଗପୁରରେ ୮.୮ଓ ଅନୁଗୁଳରେ ସର୍ବନିମ୍ନ ପାରଦ ରହିଥିଲା ୯ ଡିଗ୍ରୀ ସେଲସିୟସ୍। ଗତ ୨୪ ଘଣ୍ଟାରେ ୫.୨ ଡିଗ୍ରୀ ସହ ସେମିଳିଗୁଡ଼ା ଥିଲା ସବୁଠୁ ଥଣ୍ଡା।

Related Articles

Back to top button