
ଭୁବନେଶ୍ୱର ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସାମ ଗସ୍ତ ପୂର୍ବରୁ ପହଞ୍ଚିଲେ, ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା। ତାଙ୍କୁ ସେଠାରେ ବିପୁଳ ସ୍ବାଗତ କରାଯାଇଛି। ଆସାମ ରାଜ୍ୟ ସଭାପତି ଦିଲୀପ ସାଇକିଆ, , ମନ୍ତ୍ରୀ ପିଜୂଷ ହଜାରିକା, କୌଶିକ ରାୟ,ରାଜ୍ୟ ସଂଗଠନ ପ୍ରଭାରୀ ହରିଶ ଦ୍ୱିବେଦୀ, ବୈଜୟନ୍ତଙ୍କୁ ସ୍ବାଗତ କରିଛନ୍ତି।
ଦଳର ବରିଷ୍ଠ ପଦାଧିକାରୀ, ବିଧାୟକ ଏବଂ ଅନ୍ୟମାନଙ୍କ ବୈଜୟନ୍ତଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଥଲେ।ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଆସାମ ଗସ୍ତରେ ଯାଇ ଗୌହାଟୀରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ଏଥିସହ ପ୍ରଧାନମନ୍ତ୍ରୀ ଆସାମ ଆନ୍ଦୋଳନର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଦଳୀୟ କର୍ମୀ ଏବଂ ଜନସାଧାରଣଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।ଆସନ୍ତାବର୍ଷ ମାର୍ଚ୍ଚ-ଏପ୍ରିଲରେ ଆସାମରେ ବିଧାନସଭା ନିର୍ବାଚନ ହେବ। ତାପୂର୍ବରୁ ବୈଜୟନ୍ତଙ୍କୁ ପୁଣି ଥରେ ଆସାମ ଦାୟିତ୍ବ ଦେଇଛି ଦଳ। ୨୦୨୧ରେ ଆସାମରେ ବିଜେପି ସଂଗଠନ ଇନଚାର୍ଜ ଥିଲେ ବୈଜୟନ୍ତ।




