ଜାତୀୟରାଜନୀତି

ଅପରିବର୍ତ୍ତିତ ରେପୋରେଟ ଓ ରିଭର୍ସ ରେପୋରେଟ୍

ନୂଆଦିଲ୍ଲୀ: ଦଶମ ଥର ରେପୋରେଟ ଓ ରିଭର୍ସ ରେପୋରେଟ ଅପରିବର୍ତ୍ତିତ । ଦଶମ ଥର ଲାଗି ଏହି ନୀତି ରହିଛି ଅପରିବର୍ତ୍ତିତ । ବର୍ତ୍ତମାନ ରେପୋ ରେଟ୍ ୪ ପ୍ରତିଶତ ଥିବା ବେଳେ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତ ରହିଛି । ରାଜସ୍ବ ବର୍ଷ ୨୦୨୩ ଲାଗି ଜିଡିପି ଅଭିବୃଦ୍ଧି ହାର ଲକ୍ଷ୍ୟ ରଖାଯାଇଛି ୭ଦଶମିକ ୮ ପ୍ରତିଶତ । ବଜେଟ ପରେ ପ୍ରଥମ ଥର ପାଇଁ ଆରବିଆଇ ମୁଦ୍ରା ନୀତିର ସମୀକ୍ଷା କରିଛି ।
ଗତକାଲି ମୁଦ୍ରାନୀତି ଲାଗି ଆରବିଆଇର ବୈଠକ ଅନୁଷ୍ଠିତ ହୋଇଥିଲା । କୋଭିଡର ତୃତୀୟ ଲହର, କ୍ରିପ୍ଟୋ କରେନ୍ସି, ଦର ବୃଦ୍ଧି ଭଳି କିଛି ପ୍ରସଙ୍ଗ ଉପରେ ଆରବିଆଇ ଫୋକସ କରିଛି । ଆରବିଆଇ ଲଗାତାର ୯ ଥର ରେପୋ ରେଟ୍‌ ଓ ରିଭର୍ସ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଥିଲା । ଗତ ମେ ୨୦୨୦ରୁ ରେପୋ ବା ରିଭର୍ସ ରେପୋରେଟକୁ ଅପରିବର୍ତ୍ତିତ ରଖିଛନ୍ତି ଆରବିଆଇ ।
ବିଭିନ୍ନ ବ୍ୟାବସାୟିକ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଧାର ଦେଉଥିବା ଟଙ୍କାର ହାରକୁ ରେପୋ ରେଟ କୁହାଯାଉଥିବା ବେଳେ ବ୍ୟାଙ୍କଗୁଡିକଠାରୁ ଆରବିଆଇ ନେଉଥିବା ଟଙ୍କାର ସୁଧହାରକୁ ରିଭର୍ସ ରେପୋରେଟ କୁହାଯାଇଥାଏ । ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଲାଗି ଆରବିଆଇ ଏହି ମୁଦ୍ରାନୀତି ଆପଣାଇଥାଏ । ଗତ ମଙ୍ଗଳବାର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ବରେ ଆର୍ଥିକ ନୀତି କମିଟିର ୬ ଜଣ ସଦସ୍ୟଙ୍କ ବୈଠକ ବସିଥିଲା । ଶେଷ ଥର ଲାଗି ଗତ ବର୍ଷ ଡିସେମ୍ବର ୮ ତାରିଖରେ ମୁଦ୍ରାନୀତିର ସମୀକ୍ଷା କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com