ଅନ୍ୟାନ୍ୟଜୀବନଶୈଳୀ

PUCC ନଥିଲେ ମିଳିବନି ତେଲ

ଭୁବନେଶ୍ୱର , ବୈଧ ପ୍ରଦୂଷଣ ପ୍ରମାଣପତ୍ର ତଥା PUCC ନଥିଲେ ଗାଡ଼ିକୁ ପେଟ୍ରୋଲ୍ କିମ୍ବା ଡିଜେଲ୍ ଦେବାକୁ ସିଧାସଳଖ ବାରଣ କରାଯାଇଛି।

ଏ ସଂପର୍କରେ, ତୈଳ କମ୍ପାନୀମାନଙ୍କୁ ଚିଠି ଲେଖିଛି ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା।ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ କରୁଥିବା ଯାନ ପାଇଁ STA ଅଙ୍କୁଶ ଲଗାଇଛି।

ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଗୁରୁତ୍ୱ ଦେଇ ସମସ୍ତ ଟୋଲଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ମଧ୍ୟ ଏହି ନିୟମକୁ ଅନ୍ତର୍ଭୁକ୍ତ କରାଯାଇଛି।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାୟୁ ଗୁଣାବତ୍ତା ମାନକୁ ଉନ୍ନତ ରଖାଯିବ ବୋଲି ବିଶେଷ କରି ପରିବହନ ଯୋଗୁଁ ହେଉଥିବା ପ୍ରଦୂଷଣକୁ କମ୍ କରାଯାଇପାରିବ, ବୋଲି ଆଶା କରାଯାଇଛି।

ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି, STA ପକ୍ଷରୁ ଏଭଳି ଚରମ ପଦକ୍ଷେପ ନିଆଯାଇଛି।

Related Articles

Back to top button