ଅନ୍ୟାନ୍ୟଓଡ଼ିଶା

ରାଜ୍ୟ ସରକାରଙ୍କ ତତ୍ପରତା।

ଭୁବନେଶ୍ୱର ,ଆସନ୍ତା ୨୦୨୬ ଜାନୁଆରୀ ୩୧ ତାରିଖ ଯାଏଁ,  ଚିଟଫଣ୍ଡ୍ କ୍ଷୁଦ୍ର ଆବେଦନକାରୀଙ୍କ, ଟଙ୍କା ଫେରସ୍ତ ପ୍ରକ୍ରିୟା ଚାଲୁ ରହିବ।

ସମସ୍ତ କ୍ଷୁଦ୍ର ଜମାକାରୀ ଏହାର ସୁଯୋଗ ନେବାକୁ ଅର୍ଥ ବିଭାଗ ତରଫରୁ ବିଜ୍ଞପ୍ତିରେ କୁହାଯାଇଛି।

କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ରାଜ୍ୟ ସରକାର ତତ୍ପରତା  ପ୍ରକାଶ କରିଛନ୍ତି ।

ମାକାରୀମାନେ ଆବଶ୍ୟକ କାଗଜପତ୍ର ସହିତ ଆରଆଇଙ୍କ ନିକଟରେ ଯୋଗାଯୋଗ କଲେ ୧୫ ଦିନ ମଧ୍ୟରେ ସେମାନଙ୍କ ଜମାରାଶି ଫେରିପାଇବେ।

ଅଧିକ ତଥ୍ୟ ପାଇଁ ସରକାରଙ୍କ ତରଫରୁ ଜାରି ହୋଇଥିବା ୦୬୭୪-୨୩୯୫୧୫୩ରେ ଯୋଗାଯୋଗ ମଧ୍ୟ କରିପାରିବେ।

ଯେଉଁମାନେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିଲେ ସେମାନେ ଏହି ସୁଯୋଗର ଲାଭ ଉଠାଇପାରିବେ।

ଏହାଛଡ଼ା ୮ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର ପ୍ରଥମ ପର୍ଯ୍ୟାୟରେ, ଫେରସ୍ତ ପାଇନଥିବା ଜମାକାରୀ ବି ଉପକୃତ ହେବେ।

Related Articles

Back to top button