ଅନ୍ତର୍ଜାତୀୟବାଣିଜ୍ୟ
ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ରହିଛି ୧ ଲକ୍ଷ ୩୮ ହଜାର ୫୫୦ ଟଙ୍କା ।

ଭୁବନେଶ୍ୱର ,ଆଉ କିଣି ହେବନାହିଁ ସୁନା…. ଆଜି ସୁନା ଦର ସର୍ବକାଳୀନ ରେକର୍ଡ କରିଛି ।
ଗତକାଲି ଅପେକ୍ଷା ଆଜି ୩ ହଜାର ଟଙ୍କା ବଢ଼ିଛି ଦର ।ରାଜଧାନୀ ଭୁବନେଶ୍ବରରେ ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ରହିଛି ୧ ଲକ୍ଷ ୩୮ ହଜାର ୫୫୦ ଟଙ୍କା । ଏହା ଗତକାଲିଠାରୁ ୩ ହଜାର ୨୭୦ ଟଙ୍କା ଅଧିକ ।
ଅର୍ଥାତ ୨୪ କ୍ୟାରେଟ ସୁନା ଦର ଦିନକରେ ୩ ହଜାର ୨୭୦ ଟଙ୍କା ବଢ଼ିଛି ।ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଆଜି ଭୁବନେଶ୍ବରରେ ଦର ରହିଛି ୧ ଲକ୍ଷ ୨୨ ହଜାର ଟଙ୍କା । ଆମେରିକାରେ ସୁଧହାର ହ୍ରାସ ଆକଳନ ପରେ ସୁନାରେ ବଢ଼ିଛି ନିବେଶ
ସୁନାରେ ନିବେଶକୁ ନିରାପଦ ମଣୁଛନ୍ତି ନିବେଶକ
ଜିଓପଲିଟିକାଲ ଟେନସନ ଓ ଟ୍ରେଡ ୱାର ଯୋଗୁ ସୁନାରେ ବଢ଼ୁଛି ନିବେଶ
ବିଭିନ୍ନ ଦେଶର ସେଣ୍ଟ୍ରାଲ ବ୍ୟାଙ୍କ ସୁନା କିଣୁଥିବାରୁ ଦର ବଢ଼ୁଛି….




