ଅନ୍ୟାନ୍ୟଅପରାଧ

ବାଲେଶ୍ଵରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ଭୁବନେଶ୍ୱର ,ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଓ ନୀଳଗିରି ଅବକାରୀ ନିରୀକ୍ଷକ ଶ୍ରୀ କେଶବ ଚନ୍ଦ୍ର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖଇରା ଥାନା ଅନ୍ତର୍ଗତ ବଣପାରିଆ ଗାଁରେ, ଚଢଉ କରାଯାଇ  ଜଣଙ୍କୁ  ଗିରଫ କରାଯାଇଛି।ବଣପାରିଆ ଗାଁର ଅର୍ଜୁନ ଚରଣ ପଲେଇଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୨ ଲକ୍ଷ ୧୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇଛି। ଚଢ଼ାଉରେ ନୀଳଗିରି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ମନୋଜ କୁମାର ସାହୁ, ସୋର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଜ୍ଞାପ୍ରିୟା ନାୟକ, ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା, ମାନସ କୁମାର ମିଶ୍ର,  କ୍ଷୀରୋଦ କୁମାର ସାହୁ,ବସନ୍ତ ବାରିକ, ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ, ତପନ ମଲ୍ଲିକ, ଶଶୀକାନ୍ତ ସାହୁ, ସନ୍ତୋଷ ବେହେରା ପ୍ରମୁଖ ସାମିଲ ଥିଲେ ।

Related Articles

Back to top button