ଅନ୍ୟାନ୍ୟଜାତୀୟ

ମହଙ୍ଗା ହେଉଛି ରୁପା ।

ଭୁବନେଶ୍ୱର,ସୁନା ତୁଳନାରେ ରୁପା ଅଧିକ ରିଟର୍ଣ୍ଣ ଦେଉଥିବାରୁ, ନିବେଶକଙ୍କ ଲାଗି ବେଶ ଆକର୍ଷଣୀୟ ହୋଇଛି । ଅଢେଇ ଲକ୍ଷ ଟଙ୍କା ଟପିଲାଣି ରୁପା । ଭୁବନେଶ୍ବରରେ ରୁପା କେଜି ଅଢେଇ ଲକ୍ଷ ଟଙ୍କାରୁ ଅଧିକ ରହିଛି । ଶନିବାର ଭୁବନେଶ୍ବର ବଜାରରେ ରୁପା ଦର କିଲୋଗ୍ରାମ ପିଛା ରେକର୍ଡ ୨୦ ହଜାର ଟଙ୍କା ବୃଦ୍ଧି ଘଟିଛି। ଏଥିଯୋଗୁ ରୁପା ଦର ୨,୭୪,୦୦୦ ହଜାର ଟଙ୍କାରେ ପହଞ୍ଚିଛି  ।ଚଳିତମାସରେ ରୁପା ମୂଲ୍ୟରେ ହେଉଥିବା ବୃଦ୍ଧି ଉପରେ ନଜର ପକାଇଲେ ଜଣାଯାଏ ଭୁବନେଶ୍ବରରେ ଡିସେମ୍ବର ୧ ତାରିଖରେ ଏହା କିଲୋଗ୍ରାମ ପିଛା ୧,୯୬,୦୦୦ ଟଙ୍କା ସ୍ତରରେ ରହିଥିଲା। କିନ୍ତୁ ଗତ ୨୭ ଦିନ ଭିତରେ ଏଥିରେ ୭୮ ହଜାର ଟଙ୍କା ବୃଦ୍ଧି ଘଟିଛି।  ଇଲେକ୍ଟ୍ରିକ୍ ଯାନ ଓ ସୋଲାର ଉପକରଣ ଭଳି ଶିଳ୍ପରେ ରୁପା ବହୁଳ ବ୍ୟବହାର ହେଉଥିବାରୁ ଧଳା ମୂଲ୍ୟବାନ ଧାତବର ଚାହିଦା ବଢୁଛି ।  ଆଜି ଭାରତୀୟ ବଜାରରେ, ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧ ଲକ୍ଷ ୨୯ ହଜାର ୪୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୪୧ ହଜାର ୨୨୦ ଟଙ୍କା ରହିଛି ।ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧ ଲକ୍ଷ ୨୯ ହଜାର ୪୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୪୧ ହଜାର ୨୨୦ ଟଙ୍କା ରହିଛି । ଭୁବନେଶ୍ବରରେ ଗତକାଲି ଅପେକ୍ଷା ଆଜି ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

Related Articles

Back to top button