ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଜଗନ୍ନାଥ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଉତ୍ସାହ

ଭୁବନେଶ୍ୱର,ଜଗନ୍ନାଥ ଦର୍ଶନରୁ ବର୍ଷ ଆରମ୍ଭର ଇଚ୍ଛା ରଖୁଥିବା ଶ୍ରଦ୍ଧାଳୁଙ୍କ ଶ୍ରୀକ୍ଷେତ୍ରରେ ଭିଡ଼ ଜମିବ ।ସେଇଥିପାଇଁ ଶୃଙ୍ଖଳିତ ଜଗାଦର୍ଶନ ସାଙ୍ଗକୁ ଭକ୍ତ ସୁରକ୍ଷା ଓ ଭିଡ଼ ପରିଚାଳନା ପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି। ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ କେବଳ ସିଂହଦ୍ବାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା ହୋଇଛି। ସେହପରି ବ୍ୟାରିକେଡ୍ ବ୍ୟବସ୍ଥାକୁ ମାର୍କେଟ ଛକ ଯାଏଁ ବଢ଼ାଯାଇଛି। ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ପାଇଁ ଏଥର ୭୦ ପ୍ଲାଟୁନରୁ ଅଧିକ ଫୋର୍ସରେ ଛାଇଯିବ ସାରା ଶ୍ରୀକ୍ଷେତ୍ରରେ। ସିସିଟିଭି ନଜରରେ ରହିବ ପୂରା ସହର। ଶ୍ରୀମନ୍ଦିର ଭିତରେ ୧୫୨ଟି ସିସିଟିଭି ଏବଂ ବାହାରେ ୧୯୨ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ପୁରୀର ସମସ୍ତ ପ୍ରବେଶ ପଥରେ କଡାକଡି ଯାଞ୍ଚ ସହ ପାର୍କିଂ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସେହିପରି ପୁରୀ ବେଳାଭୂମି ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ବହୁ ସଂଖ୍ୟାରେ ଲାଇଫ୍ ଗାର୍ଡ ମୁତୟନ ସହ ୩୦୦ ଘରୋଇ ଲାଇଫ୍ ଗାର୍ଡଙ୍କୁ ନିୟୋଜିତ କରିବାକୁ ବି ନିଷ୍ପତ୍ତି ହୋଇଛି।ନୂଆବର୍ଷରେ ଶ୍ରୀକ୍ଷେତ୍ରରେ, ପ୍ରବଳ ଭକ୍ତ ସମାଗମକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ବି ପୂରା ପ୍ରସ୍ତୁତ।  ନିଷ୍ପତ୍ତି ମୁତାବକ ନୂଆବର୍ଷ ପାଇଁ ଆଜି ରାତି ୧୧ଟାରେ ମହାପ୍ରଭୁଙ୍କ ପହୁଡ ହୋଇ ରାତି ୨ଟାରୁ ଦ୍ବାରଫିଟା ନୀତି ସମ୍ପନ୍ନ ହେବ।

Related Articles

Back to top button