ଅନ୍ୟାନ୍ୟଜୀବନଶୈଳୀ

ଶୀତୁଆ ସକାଳରେ ନାଚ, ଗୀତର ମଜା

ଭୁବନେଶ୍ୱର ,ଆଜିଠୁ ଭୁବନେଶ୍ବରକୁ ପୁଣି ଫେରିଛି ପଥ ଉତ୍ସବ ।

ଆଜି ମାଷ୍ଟରକ୍ୟାଣ୍ଟିନରେ ଶୀତୁଆ ସକାଳରେ, ସହରିଆ ନେଉଛନ୍ତି ନାଚ, ଗୀତର ମଜା।

ରାସ୍ତା ଉପରେ ଚାଲିଛି ମନୋରଞ୍ଜନ ।

ଆଜି ସକାଳ ୧୧ଟା ପର୍ଯ୍ୟନ୍ତ ମାଷ୍ଟରକ୍ୟାଣ୍ଟିନରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ନିଷିଦ୍ଧ କରାଯାଇଥିଲା ।

ସେହି ଗାଡ଼ି ନେଇ ସେହି ରାସ୍ତାରେ ନଯିବାକୁ ଟ୍ରାଫିକ୍ ପୋଲିସ ପରାମର୍ଶ । ଆସନ୍ତା ୧୮ ଜାନୁୟାରୀରେ ଜାଗମରା ଓ ଫେବୃଆରୀ ପହିଲାରେ ଇନଫୋସିଟି ଅଞ୍ଚଳରେ ହେବ ପଥ ଉତ୍ସବ ।

କିଡ୍ସ ଜୋନ, ଫେସ୍ ପେଣ୍ଟିଙ୍ଗ, ପାରମ୍ପରିକ ଖେଳ ସହିତ ଦେଖିବାକୁ ମିଳିଛି ଆର୍ଟ ଓ କ୍ରାଫ୍ଟର ଝଲକ ।

ଭୁବନେଶ୍ୱର ଗଟ୍ ଟାଲେଣ୍ଟ, ସ୍କେଟିଂ, ମେହେନ୍ଦୀ, ଫ୍ଲୋକ ଡ୍ୟାନ୍ସ, ଯୋଗ, କରାଟେ ଓ ସ୍କେଚ ଭଳି କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।

ପଥ ଉତ୍ସବ ପାଇଁ ରାଜଧାନୀରେ ଲାଗିଛି ଟ୍ରାଫିକ କଟକଣା।

Related Articles

Back to top button