ଭାରତୀୟଙ୍କ ପାଇଁ ସମସ୍ତ ଭିସା ସେବାକୁ ସ୍ଥଗିତ

ଭୁବନେଶ୍ୱର ,ବାଂଲାଦେଶ ଭାରତୀୟଙ୍କ ପାଇଁ ସମସ୍ତ ଭିସା ସେବାକୁ ସ୍ଥଗିତ ରଖିଛି, କିନ୍ତୁ ଛାତ୍ର ଏବଂ ବ୍ୟବସାୟିକ ଭିସା ସେବା ଜାରି ରହିବ । ବାଂଲାଦେଶ ସରକାର ଦିଲ୍ଲୀ, ଅଗରତାଲା, ମୁମ୍ମଇ, ଗୌହାଟି ଏବଂ ଚେନ୍ନାଇରେ ଥିବା ଏହାର ଦୂତାବାସ ଏବଂ କନସୁଲେଟକୁ ସାଧାରଣ ଭିସା ସେବାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁଇଟି କ୍ଷେତ୍ରରେ କେବଳ ଆଶ୍ୱସ୍ତି ମିଳିଛି । ଭାରତ ବାଂଲାଦେଶ ପୂର୍ବରୁ ଏହାର ଭିସା ସେବା ସ୍ଥଗିତ ରଖିଥିଲା, ଯାହା ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସ୍ଥଗିତ ରହିବ। ଶେଖ୍ ହାସିନା ବିରୋଧୀ ଓସମାନ ହାଦିଙ୍କ ହତ୍ୟା ପରେ, ବାଂଲାଦେଶରେ ହିଂସା ଏବଂ ଉତ୍ତେଜନା ଦେଖାଦେଇଥିଲା। ପ୍ରଦର୍ଶନକାରୀମାନେ ଭାରତ ବିରୋଧୀ ସ୍ଲୋଗାନ ଦେବା ଏବଂ କାର୍ଯ୍ୟକଳାପରେ ଲିପ୍ତ ରହିବା ଆରମ୍ଭ କରିଛନ୍ତି। ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଜାରି ରହିଛି। ୧୮ ଦିନରେ ଛଅ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଏହାର ପ୍ରତିବାଦରେ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ବାଂଲାଦେଶୀ ବୋଲର ମୁସ୍ତାଫିଜୁର ରହମାନଙ୍କୁ କଲକାତା ନାଇଟ୍ ରାଇଡର୍ସରୁ ବାହାର କରିଦେଇଛି। ପ୍ରତିବାଦରେ, ବାଂଲାଦେଶ ଭାରତକୁ ଭିସା ସେବା ସ୍ଥଗିତ କରିଛି ଏବଂ ଟି ୨୦ ବିଶ୍ୱକପ୍ ଖେଳିବା ପାଇଁ ଭାରତ ଯାତ୍ରା କରିବାକୁ ମନା କରିଛି।




