କାଜିରଙ୍ଗା ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର , ୬୯୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ‘କାଜିରଙ୍ଗା ଏଲିଭେଟେଡ କରିଡର’ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଏହି ପ୍ରକଳ୍ପ ଅନୁଯାୟୀ ନାଗାଓଁ ଜିଲା ଅନ୍ତର୍ଗତ କାଳିଆବୋର ନିକଟସ୍ଥ ୭୧୫ ନମ୍ବର ଜାତୀୟ ରାଜପଥ (କାଳିଆବୋର-ନୁମାଲିଗଡ ସେକ୍ସନ)କୁ ଚାରି ଲେନ୍ ବିଶିଷ୍ଟ କରାଯିବାର ଯୋଜନା ରହିଛି। ୮୬ କିମି ଲମ୍ବ ବିଶିଷ୍ଟ କାଜିରଙ୍ଗା ଏଲିଭେଟେଡ କରିଡର ପ୍ରକଳ୍ପର ୩୫ କିମି ରାସ୍ତା କାଜିରଙ୍ଗା ନ୍ୟାସନାଲ ପାର୍କ ଦେଇ ଗତି କରିବ। ଏହାବ୍ୟତୀତ ୨୧ କିମିର ବାଇପାସ୍ ସେକ୍ସନ ରହିବ। ଅବଶିଷ୍ଟ ୩୦ କିମି ରାସ୍ତା (୭୧୫ ନମ୍ବର ଜାତୀୟ ରାଜପଥ)କୁ ଦୁଇରୁ ଚାରି ଲେନ୍ ବିଶିଷ୍ଟ କରାଯିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାଫଳରେ ଆଞ୍ଚଳିକ ସଂଯୋଗୀକରଣ ବ୍ୟବସ୍ଥା ସୁଦୃଢ ହେବା ସହିତ କାଜିରଙ୍ଗା ପାର୍କର ଜୈବ ବିବିଧତାକୁ ସୁରକ୍ଷିତ ରଖାଯାଇପାରିବ।ମୋଦୀ ରବିବାର ଦୁଇଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ଟ୍ରେନ ଗୁଆହାଟୀରୁ ରୋହତକ୍ ଏବଂ ଅନ୍ୟଟି ଦିବ୍ରୁଗଡରୁ ଲକ୍ଷ୍ନୌ ଯାତାୟାତ କରିବ। ରବିବାର ସକାଳେ ମୋଦୀ ଗୁଆହାଟୀରେ ଆୟୋଜିତ ବିଶାଳ ୠାଲିରେ ଯୋଗଦେଇଥିଲେ। ସହସ୍ରାଧିକ ଜନସାଧାରଣ ରାସ୍ତାର ଦୁଇ ପାର୍ଶ୍ବରେ ଛିଡା ହୋଇ ମୋଦୀଙ୍କୁ ସ୍ବାଗତ ଜଣାଇଥିଲେ।




