ବାଣିଜ୍ୟବିଜ୍ଞାନ ଓ ପ୍ରଯୁକ୍ତି

ଇଲେକ୍ଟ୍ରୋନିକ୍ସ ଉପକରଣ ଭାରତୀୟ ବଜାରରେ ଶସ୍ତା ହେବାର ସମ୍ଭାବନା

 ଭୁବନେଶ୍ୱର ,ଟ୍ରେଡ୍ ଡିଲ୍ ପରେ ଭାରତକୁ ଆମଦାନି ହେଉଥିବା କୃଷି ଉତ୍ପାଦ ଯଥା ଡାଲି, ଦୁଗ୍ଧ ଜାତୀୟ ସାମଗ୍ରୀ, ପ୍ରୋସେସ୍ଡ ଫୁଡ୍ ଆଇଟମ୍‌ର ଦାମ କମିପାରେ। ଏହା ସହ ଟେକ୍ ହାର୍ଡୱେୟାର ଯଥା ଲ୍ୟାପଟପ୍, ଗ୍ୟାଜେଟ୍, ଇଲେକ୍ଟ୍ରୋନିକ୍ସ ଉପକରଣ ଓ ହୋମ୍ ଆପ୍ଲାୟାନ୍ସ ମଧ୍ୟ ଆଗାମୀ ଦିନରେ ଭାରତୀୟ ବଜାରରେ ଶସ୍ତା ହେବାର ସମ୍ଭାବନା ରହିଛି।ଯଦିଓ ଅନେକ ସେକ୍ଟରକୁ ଆଶ୍ଵସ୍ତି ମିଳିଛି, କିନ୍ତୁ କିଛି ସାମଗ୍ରୀ ଉପରେ ଏପର୍ଯ୍ୟନ୍ତ ଉଚ୍ଚ ଟାରିଫ୍ ଲାଗୁ ରହିଛି। ଏଲୁମିନିୟମ୍ ଓ ତମ୍ବା ଉପରେ ପ୍ରାୟ ୫୦ ପ୍ରତିଶତ ଡ୍ୟୁଟି ଚାଲୁ ରହିଛି। ସେହିପରି କିଛି ଅଟୋ ପାର୍ଟସ୍ ଉପରେ ମଧ୍ୟ ୨୫ ପ୍ରତିଶତରୁ ଅଧିକ ଟାରିଫ୍ ରହିଛି । ଯେଉଁଥିପାଇଁ ଏସବୁ ସାମଗ୍ରୀ ଶସ୍ତା ହେବାର ଆଶା କମ୍ ଅଛି ।ଭାରତ ଓ ଆମେରିକା ମଧ୍ୟରେ  ଟ୍ରେଡ୍ ଡିଲ୍ ପରେ ଅର୍ଥନୀତିକ ବିଶେଷଜ୍ଞମାନେ, ଏହାର ପ୍ରଭାବକୁ ଡିକୋଡ୍ କରିବାରେ ଲାଗିଛନ୍ତି। ବିଶେଷଜ୍ଞଙ୍କ ମତାନୁସାରେ, ଏହି ଚୁକ୍ତି ଅନୁସାରେ ଭାରତ ଆମେରିକୀୟ ସାମଗ୍ରୀ ପାଇଁ ନିଜ ମାର୍କେଟ୍‌କୁ ଅଧିକ ଖୋଲିଛି। ଏହାର ପରିଣାମସ୍ୱରୂପ ଆମେରିକାରୁ, ଆସୁଥିବା ଅନେକ ସାମଗ୍ରୀ ଭାରତୀୟ ଗ୍ରାହକଙ୍କ ପାଇଁ ଶସ୍ତା ହେବାକୁ ଯାଉଛି।

Related Articles

Back to top button