ବାଣିଜ୍ୟ

ହକି ବିଶ୍ୱକପ୍ ପ୍ରଚାରରେ ସାମିଲ ହେବେ ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୦୯/୧୨/୨୦୨୨ –   ଓଡିଶାରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପ ପ୍ରଚାରରେ ସାମିଲ ହେବେ ଛାତ୍ରଛାତ୍ରୀ । ଏଥିପାଇଁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ବିଶ୍ୱକପ ଆୟୋଜନ ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶେଷ କରାଯିବ । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯିବ । ସ୍କୁଲ ଗୁଡ଼ିକରେ ଆୟୋଜନ ହେବାକୁ ଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ହକିକୁ ଗୁରୁତ୍ୱ ଦିଆଯିବ । ଏହି ମର୍ମରେ ସ୍କୁଲଗୁଡ଼ିକର ଖେଳ ପଡ଼ିଆରେ ହକି ବିଶ୍ୱକପର ପ୍ରଚାର ହୋର୍ଡିଂ ଲଗାଯିବ ।

ଏହାର ଖର୍ଚ୍ଚ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ବହନ କରିବ । ଏଥିପାଇଁ ଭୁବନେଶ୍ୱର ବ୍ଲକକୁ ୫୪ ହଜାର ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର ୮ରୁ ୨୦ ମଧ୍ୟରେ ସ୍କୁଲସ୍ତରୀୟ, ଏବଂ ୨୨ ତାରିଖ ସୁଦ୍ଧା ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ସମାପ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଜାନୁଆରୀ ୨ରୁ ୧୦ତାରିଖ ମଧ୍ୟରେ ଜିଲ୍ଲାସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ସାରିବାକୁ କୁହାଯାଇଛି । ଏହି ସବୁକୁ ସୁରୁଖୁରୁରେ ଶେଷ କରିବାକୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଅର୍ଥ ମଧ୍ୟ ପ୍ରଦାନ କରାଯାଇଛି । ଆସନ୍ତା ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍ ଆୟୋଜିତ ହେବ । ଏନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com