ବାଣିଜ୍ୟ

ଫେବ୍ରୁଆରି ୧ରେ ସାଧାରଣ ବଜେଟ

ଭୁବନେଶ୍ୱର, ୧୭/୦୧/୨୦୨୩ –   ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଫେବ୍ରୁଆରି ୧ ତାରିଖରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସାଧାରଣ ବଜେଟର ତାରିଖ ପାଖେଇ ଆସୁଥିବାରୁ ବଜେଟ୍ ସମ୍ବନ୍ଧରେ ଲୋକଙ୍କ ଆଶା ମଧ୍ୟ ବଢିବାରେ ଲାଗିଛି । ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଚାକିରୀ ପ୍ରଫେସନାଲ ଏବଂ ବ୍ୟବସାୟୀ ପର୍ଯ୍ୟନ୍ତ, ଲୋକସଭା ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣ ବଜେଟ୍ ହୋଇଥିବାରୁ ସରକାର ନିଶ୍ଚିତ ଭାବରେ ଏଥର କିଛି ବଡ ଘୋଷଣା କରିବେ ବୋଲି ଆଶା କରାଯାଉଛି । ଏହି ସମୟରେ କେନ୍ଦ୍ରୀୟ କର୍ମଚାରୀମାନେ ବଜେଟରେ ଭଲ ଖବର ପାଇପାରିବେ ବୋଲି ମଧ୍ୟ ଆଶା କରାଯାଉଛି ।

ଏହି ବଜେଟରେ ଫିଟମେଣ୍ଟ ଫ୍ୟାକ୍ଟର ସମ୍ପର୍କରେ ଅର୍ଥମନ୍ତ୍ରୀଙ୍କଠାରୁ ଏକ ବଡ଼ ଘୋଷଣା ହୋଇପାରେ। ଯଦି ଏପରି ହୁଏ, ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ବମ୍ପର ବୃଦ୍ଧି ଘଟିବ । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮୦୦୦ ଟଙ୍କା ଅଟେ ।  ଯଦି ଫିଟମେଣ୍ଟ ଫ୍ୟାକ୍ଟରରେ ପରିବର୍ତ୍ତନ ଆସେ, ତେବେ ଏହା ୨୬,୦୦୦ ଟଙ୍କାକୁ ବୃଦ୍ଧି ପାଇବ । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର୍ ହେଉଛି ୨.୫୭। ସେହି ଅନୁଯାୟୀ କେନ୍ଦ୍ରୀୟ କର୍ମଚାରୀଙ୍କୁ ୧୮୦୦୦ ବେସିକ୍‌ ପେ ଅନୁସାରେ  (୧୮୦୦୦ X ୨.୫୭ = ୪୬୨୬୦) ଦରମା ମିଳେ ।  କିନ୍ତୁ ଦାବି ଅନୁସାରେ ଯଦି କେନ୍ଦ୍ର ସରକାର ଫିଟମେଣ୍ଟ ଫ୍ୟାକ୍ଟରକୁ ୩.୬୮କୁ ବୃଦ୍ଧି କରନ୍ତି ତେବେ ଅନ୍ୟ ଭତ୍ତାକୁ ବାଦ ଦେଇ ଦରମା ୨୬,୦୦୦ X ୩.୬୮ = ୯୫୬୮୦ ଟଙ୍କା ହେବ।

ଜାନୁଆରି ୩୧ ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ୨ଟି ପର୍ଯ୍ୟାୟରେ ଅଧିବେଶନ ହେବ ଏବଂ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ବଜେଟ୍‌ ଅଧିବେଶନ ଚାଲିବ । ସଂସଦର ବଜେଟ ଅଧିବେଶନରେ ୬୬ ଦିନର ଅବଧି ମଧ୍ୟରେ ୨୭ଟି କାର୍ଯ୍ୟଦିବସ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com