ସୂର୍ଯ୍ୟଙ୍କ ଶକ୍ତିଶାଳୀ ଇନିଂସ ଯୋଗୁଁ ଟିମ୍ ଇଣ୍ଡିଆ ବିଜୟୀ

ଭୁବନେଶ୍ୱର ,ସୂର୍ଯ୍ୟକୁମାର ଯାଦବ ୱାଶିଂଟନ୍ ସୁନ୍ଦରଙ୍କ ଉପରେ, ଏକ ବଡ଼ ଅପଡେଟ ପ୍ରଦାନ କରିଥିଲେ। ଟିମ୍ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ନିଶ୍ଚିତ କରିଛନ୍ତି ଯେ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ପରବର୍ତ୍ତୀ ମ୍ୟାଚ୍ ପୂର୍ବରୁ ଦିଲ୍ଲୀରେ ଭାରତୀୟ ଦଳରେ ଯୋଗଦେବେ। ଭାରତ ଫେବୃଆରୀ ୧୨ ତାରିଖରେ ନାମିବିଆ ବିପକ୍ଷରେ ସେମାନଙ୍କର, ପରବର୍ତ୍ତୀ ମ୍ୟାଚ୍ ଖେଳିବ। ଆମେରିକା ବିପକ୍ଷରେ ଭାରତର ୨୯ ରନର ବିଜୟ ପରେ, ସୂର୍ଯ୍ୟକୁମାର ଯାଦବ କହିଛନ୍ତି, “ୱାଶିଂଟନ୍ ସୁନ୍ଦର ଦିଲ୍ଲୀରେ, ଆମ ସହିତ ଯୋଗ ଦେଉଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ଏବେ ସବୁକିଛି ଠିକ୍ ଅଛି।”ଗତ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ, ୱାଶିଂଟନ୍ ସୁନ୍ଦର ସାଇଡ ଷ୍ଟ୍ରେନର ଶିକାର ହୋଇଥିଲେ ଏବଂ ସେବେଠାରୁ ସେ ଖେଳରୁ ଦୂରେଇ ରହିଥିଲେ। ତାଙ୍କ ସ୍ଥାନରେ ଆୟୁଷ ବଡୋନି ଦିନିକିଆ ସିରିଜରେ ସ୍ଥାନ ନେଇଥିଲେ, କିନ୍ତୁ ଆଘାତ ଗୁରୁତର ନଥିବାରୁ, ଭାରତ ତାଙ୍କୁ T20 ବିଶ୍ୱକପ୍ ଦଳରୁ ବାଦ ଦେଇ ନଥିଲା। ଟିମ୍ ଇଣ୍ଡିଆ ଆଇସିସି ଟି୨୦ ବିଶ୍ୱକପ୍ ୨୦୨୬ ରେ ବିଜୟ ସହିତ ତା’ର ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକାକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର ବିଜୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସୂର୍ଯ୍ୟ ଏକ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଥିଲେ। ସୂର୍ଯ୍ୟକୁମାର ଯାଦବ 49 ବଲ୍ ରୁ 84 ରନର ଅପରାଜିତ ଇନିଂସ ଖେଳି ଭାରତକୁ 161/9 ରେ ପହଞ୍ଚାଇଥିଲେ।ଏହି ସ୍କୋର ବିଜୟ ପାଇଁ ଯଥେଷ୍ଟ ପ୍ରମାଣିତ ହୋଇଥିଲା।




