ଗ୍ଲୋବାଲ୍ କମେକ୍ସ ବଜାରରେ ସୁନା ଏବଂ ରୂପା ମୂଲ୍ୟ

ଭୁବନେଶ୍ୱର , ବିଭିନ୍ନ ଟ୍ରେଡ଼ ୟୁନିୟନମାନଙ୍କ ତରଫରୁ ଦେଶବ୍ୟାପୀ ଧର୍ମଘଟ କରି, 12 ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । କିନ୍ତୁ ସେପଟେ କମୋଡିଟି ବଜାରରେ ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଘରୋଇ ଫ୍ୟୁଚର୍ସ ବଜାର ଏବଂ ଅନ୍ତର୍ଜାତୀୟ ବଜାର ଉଭୟରେ ଦୁର୍ବଳତା ପରିଲକ୍ଷିତ ହୋଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ୍ ଏବଂ ଗ୍ଲୋବାଲ୍ କମେକ୍ସ ବଜାରରେ ସୁନା ଏବଂ ରୂପା ମୂଲ୍ୟ ଲାଲ, ରଙ୍ଗରେ କାରବାର ହୋଇଥିଲା, ଯାହା ନିବେଶକମାନଙ୍କୁ ସତର୍କ କରାଇଥିଲା।ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧ ଲକ୍ଷ ୪୫ ହଜାର ୨୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୫୮ ହଜାର ୪୦୦ ଟଙ୍କା ରହିଛି । ଗତକାଲି ଅର୍ଥାତ ବୁଧବାର ଅପେକ୍ଷା ଗୁରୁବାର ଦର କମିଥିବା ଦେଖିବାକୁ ମିଳିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧ ଲକ୍ଷ ୪୫ ହଜାର ୨୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୫୮ ହଜାର ୪୦୦ ଟଙ୍କା ରହିଛି । ଭୁବନେଶ୍ବରରେ ଗତକାଲି ଅପେକ୍ଷା ଆଜି ଦର, କମିଥିବା ଦେଖିବାକୁ ମିଳିଛି ।ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧ ଲକ୍ଷ ୪୫ ହଜାର ୨୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୫୮ ହଜାର ୪୦୦ ଟଙ୍କା ରହିଛି ।ରାଜଧାନୀ ଦିଲ୍ଲୀରେ ସୁନା ଦର ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି ।




