ଅନ୍ୟାନ୍ୟ

ବେପରୁଆ ଗାଡ଼ିଚାଳନା ଯୋଗୁ ସଡ଼କ ଦୁର୍ଘଟଣା

ବେପରୁଆ ଗାଡ଼ିଚାଳନା ଯୋଗୁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୨୬ ହଜାର ଲୋକ ଜୀବନ ହରାଇଛନ୍ତି।

ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ନିକଟରେ ଶେଷ ହୋଇଥିବା ବିଧାନସଭାରେ ଭାଜପା ସଭ୍ୟ କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଥିଲେ। ମନ୍ତ୍ରୀ କହିଥିଲେ ଯେ ଗତ ୫ ବର୍ଷ (୨୦୧୮ରୁ ୨୦୨୨) ମଧ୍ୟରେ ରାଜ୍ୟରେ ୫୪,୭୯୦ ସଡ଼କ ଦୁର୍ଘଟଣା ଘଟିଛି। ସେଥିରେ ୨୫,୯୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୧,୮୭୩ ଆହତ ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com