ଅନ୍ତର୍ଜାତୀୟ

ତେହେରିକ-ଇ-ଇନସାଫ ଅଧ୍ୟକ୍ଷ ପଦରୁ ଓହରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ

ତେହେରିକ-ଇ-ଇନସାଫ ଅଧ୍ୟକ୍ଷ ପଦରୁ ଓହରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ। ବାରିଷ୍ଟର ଗୋହର ଅଲି ଖାନ ପିଟିଆଇର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ପାକିସ୍ତାନର ARY ନ୍ୟୁଜ୍ ରିପୋର୍ଟରୁ ସୂଚନା ମିଳିଛି।

କିଛି ଦିନ ତଳେ ପିଟିଆଇର ଶୀର୍ଷ ପଦ ପାଇଁ ମନୋନୀତ ହୋଇଥିଲେ ଗୋହର। ବର୍ତ୍ତମାନ ତାଙ୍କୁ ଦଳର ଅଧ୍ୟକ୍ଷ କରାଯାଇଛି। ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ପିଟିଆଇର ଇଣ୍ଟ୍ରା-ପାର୍ଟି ଇଲେକ୍ସନ ଅନୁଷ୍ଠିତ ହୋଇଥିଲା।

Related Articles

Back to top button