ଅନ୍ୟାନ୍ୟ

ଏବେ ଦାୟିତ୍ୱ ନେଲେ ଈଶା, ଡୋର ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ରେ ବଡ଼ ଦାଷ୍ଟେପ୍‌ରେ ପହଞ୍ଚିବ ରାସନ

ମୁମ୍ବାଇ ,  ୩୦.୦୮.୨୦୨ ୨ , ରିଲାଏନ୍ସ ରିଟେଲ ଲିଡର ଭାବେ, ଝିଅ ଈଶାଙ୍କୁ  ମୁକେଶ ଅମ୍ବାନୀ ବଡ଼ ଦାୟିତ୍ୱ  ଦେଲେ  ।  ସୋମବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ, ମୁକେଶ ଅମ୍ବାନୀ ଏହି ଘୋଷଣା କରିଛନ୍ତି । ଅନ୍ୟପଟେ ଏକ ନୂଆ ସଙ୍କେତ ମିଳୁଛି ଯେ, ଏସିଆର ଏକ ବଡ଼ ଧନୀ ପରିବାରର  ଉତ୍ତରାଧିକାରୀ ହେବା ଦିଗରେ, ସେ ଆଗକୁ ବଢ଼ୁଛନ୍ତି ।ଜୁନ୍‌ ମାସରେ ଟେଲିକମ୍ ୟୁନିଟ୍‌ ଏବଂ ରିଲାଏନ୍ସ ଜିଓ ଇନଫୋକମ୍‌ର ଚେୟାରମ୍ୟାନ୍‌ ଭାବେ,ଆକାଶ ଅମ୍ବାନୀ ନିଯୁକ୍ତ ହେବା ପରେ,ଏହି ଘୋଷଣା କରାଯାଇଥିଲା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଆନୁଆଲ ଜେନେରାଲ ମିଟିଂରେ ଲିଡର ଭାବରେ, ଘୋଷିତ ହେଲେ ଈଶା ଅମ୍ବାନୀ ।  ସେ କହିଲେ, ରିଲାଏନ୍ସ ରିଟେଲ ଏକ FMCG ଆରମ୍ଭ କରିବାକୁ ଯାଉଛି । ହ୍ୱାଟସ୍‌ଆପ୍ ମାଧ୍ୟମରେ କିଭଳି ଗ୍ରୋସରୀ ଅର୍ଡର ଦେଇହେବ ଏବଂ ଏହାର ପେମେଣ୍ଟ ରିସିଭ୍‌ କରିହେବ ,ସେନେଇ ଏକ  ପ୍ରେଜେଣ୍ଟଟେସନ୍ ମଧ୍ୟ ଦେଇଥିଲେ ଈଶା ।ତେବେ ଏହି କାର୍ଯ୍ୟକ୍ରମରୁ ସ୍ପଷ୍ଟ ବାରି ହେଉଛି ଯେ, ମୁକେଶ ଅମ୍ବାନୀ ଧିରେ ଧିରେ ,ଏବେ ନିଜଠାରୁ ଦାୟିତ୍ୱ ହସ୍ତାନ୍ତର କରିବା ପ୍ରକ୍ରିୟା ଆମ୍ଭ କରିସାରିଛନ୍ତି । ପ୍ରଥମେ ପୁଅ ଆକାଶ ଅମ୍ବାନୀଙ୍କୁ  ରିଲାଏନ୍ସ ଟେଲିକମ୍‌ ବିଭାଗ ଦାୟିତ୍ୱ ହସ୍ତାନ୍ତର କରିଥିବା ବେଳେ, ଏବେ ଝିଅ ଈଶାକୁ ବି ଦେଲେ ଦାୟିତ୍ୱ । ୩୦ ବର୍ଷୀୟ ଈଶା ୟେଲ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ । ଏହାସହ ସେ ପିରାମଲ ଗ୍ରୁପର ଅଜୟ ଓ ସ୍ୱାତୀ ପିରାମଲଙ୍କ ପୁଅ ଆନନ୍ଦ ପିରାମଲଙ୍କୁ ବିବାହ କରିଛନ୍ତି ।

Related Articles

Back to top button