ଅନ୍ୟାନ୍ୟ

ପୂର୍ବତନ ସମିତି ସଭ୍ୟ ଶିବରାମଙ୍କ ସେବା ସମବାୟ ସମିତି ସଭାପତି ଭାବେ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଫାସିଗୁଡା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଶିବରାମ ପ୍ରଧାନ ପୁଣିଥରେ ଫାସିଗୁଡା ସେବା ସମବାୟ ସମିତିର ସଭାପତି ରୂପେ ଦାୟିତ୍ୱ ଭାର ଗ୍ରହଣ କରିଥିବା ଜଣାପଡିଛି । ଖବରନୁଯାୟୀ , ରାଜ୍ୟର ପ୍ରାୟତଃ ଜିଲ୍ଲା ମାନଙ୍କରେ ରହିଥିବା ବ୍ଳକ ଅଧିନସ୍ଥ ସେବା ସମବାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବର୍ତ୍ତମାନ ଚାଲୁଅଛି ସଭାପତି ନିର୍ବାଚନ । ଏହି ଅବସରରେ ଦିଗପହଣ୍ଡି ଅଧିନରେ ଥିବା ସମସ୍ତ କୃଷି ସମବାୟ ସମିତିର ଡାଇରେକ୍ଟର ନିର୍ବାଚନ ଶେଷ ହୋଇଥିବା ବେଳେ ସମସ୍ତେ ନିର୍ଦ୍ବନ୍ଦ୍ବରେ ମଧ୍ୟ ନିର୍ବାଚିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଗତକାଲି ଫାସିଗୁଡା ସେବା ସମବାୟ ସମିତିରେ ମଧ୍ୟ ଖଲି ବେହେରା , ବୃନ୍ଦାବନ ବିଷୋୟୀ , ନରସିଂହ ବିଷୋୟୀ , ଡମ୍ବରୁଧର ପ୍ରଧାନ , ଭୀମ ଗୈାଡ , ହରିକୃଷ୍ଣ ଗୈାଡ , ପ୍ରକାଶ ଚନ୍ଦ୍ର ବିଷୋୟୀ , ଧୋବା ମହାନ୍ତି , ହରି ପ୍ରଧାନ , ମମତା ସେଠୀ , ଉନ୍ନତି ବିଷୋୟୀ , ଦିଲେଶ୍ବରୀ ମହାନ୍ତି , ଶିବରାମ ପ୍ରଧାନ ପ୍ରମୁଖ ୧୫ ଜଣ ଡ଼ାଇରେକ୍ଟର ନାମାଙ୍କନ ପତ୍ର ଦାଖଲ କରି ଅପ୍ରତିଦ୍ଵନ୍ଦୀ ଭାବେ ବିଜୟୀ ହୋଇଥିଲେ । ତେବେ ଆଜି ସଭାପତି ପଦବୀ ପାଇଁ ଶିବରାମ ଜଣେ ମାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଯାହାଫଳରେ ତାଙ୍କୁ ବିନା ପ୍ରତିଦ୍ବନ୍ଦୀରେ ବିଜୟୀ ଘୋଷଣା କରିଥିବା ପଞ୍ଚାୟତ ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର ପଣ୍ଡା ସୂଚନା ଦେଇଛନ୍ତି । ଦ୍ବିତୀୟ ଥର ପାଇଁ ଶିବରାମଙ୍କୁ ସମିତିର ସଭାପତି ଭାବେ ଦାୟିତ୍ଵ ଦେଇଥିବାରୁ ସମସ୍ତ ଡାଇରେକ୍ଟର , ସଂପାଦକ ଫିରୋଜ କୁମାର ଗୈାଡଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଶେଷରେ ନବ ନିର୍ବାଚିତ ଡାଇରେକ୍ଟର ସମେତ ସମ୍ପାଦକ ନବ ନିର୍ବାଚିତ ସଭାପତିଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶୁଭେଚ୍ଛା ଜଣାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com