ଅନ୍ୟାନ୍ୟ

ସମ୍ବଲପୁରରେ ସୀମା ଡ଼େଇଁଲା ସାମ୍ପ୍ରଦାୟିକ ଉତ୍ତେଜନା

ସମ୍ବଲପୁର, ୧୪ / ୦୪/ ୨୦୨୩ –     ପୋଲିସ୍ ଛାଉଣୀରେ ସମ୍ବଲପୁର । ଶୁକ୍ରବାର ହନୁମାନ ଜନ୍ମୋତ୍ସବ ପାଇଁ ପାଇଁ ବିଭିନ୍ନ ସ୍ଥାନରୁ ସନ୍ଧ୍ୟାରେ ବାହାରିବ ଶୋଭାଯାତ୍ରା । ଯେଉଁ ଯେଉଁ ରାସ୍ତା ଦେଇ ଶୋଭାଯାତ୍ରା ଯିବ ସେସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଶୋଭା ଯାତ୍ରା ସମୟରେ ଯେପରି କୌଣସି ହିଂସା ସୃଷ୍ଟି ନହୁଏ ତାହାକୁ ଦୃଷ୍ଟିରେ ରଖି ୪୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।

ସମ୍ପୂର୍ଣ୍ଣ ଅଂଚଳକୁ ସିସିଟିଭି ଏବଂ ଡ଼୍ରୋନ ମାଧ୍ୟମରେ ନଜର ରଖାଯାଇଛି । ବୁଧବାର ବାଇକ୍ ରାଲି ସମୟରେ ଘଟି ଥିବା ସାମ୍ପ୍ରଦାୟିକ ହିଂସା ଘଟଣାରେ ପୋଲିସ୍ ୩୦ ଜଣଙ୍କୁ ଗିରଫ କରିଛି । ଏଥିସହିତ ବିଭିନ୍ନ ଅଭିଯୁକ୍ତଙ୍କୁ ଧରିବା ସହ ମାରଣାସ୍ତ୍ର ଜବତ କରିଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ସାମ୍ଭବ୍ୟ ହିଂସାକୁ ରୋକିବା ୧୪୪ ଜାରି କରାଯିବା ସହ ୪୮ ଘଣ୍ଟା ପାଇଁ ସମସ୍ତ ଇଣ୍ଟରନେଟ୍ ସେବା ବନ୍ଦକରି ଦିଆଯାଇଛି ।

ଗତକାଲି ମୋତିଝରଣ ରାସ୍ତା ଦେଇ ଗେଙ୍ଗୁଟିପାଲି ଯାଏ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା । ହନୁମାନ ଜନ୍ମୋତ୍ସବ ପାଇଁ ସମନ୍ୱୟ ସମିତି ପକ୍ଷରୁ ଶୋଭାଯାତ୍ରାରେ ସାମିଲ ହେବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ଆଜି ବିଭିନ୍ନ ହନୁମାନ ମନ୍ଦିରରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ଜାରି ରହିବ।

Related Articles

Back to top button
WP Twitter Auto Publish Powered By : XYZScripts.com