ଓଡ଼ିଶା

ମହାନଦୀରେ କମୁଛି ବନ୍ୟାଜଳର ପରିମାଣ

ଜରୁରୀକାଳୀନ ସେବାକୁ ଜୋରଦାର କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର , ୨୦/୦୮/୨୦୨୨ –    ଉପର ମୁଣ୍ଡରେ ବର୍ଷା ପରିମାଣ କମିଥିବାରୁ ହୀରାକୁଦର ଜଳସ୍ତର କମିଛି । ଯାହାକୁ ନଜରରେ ରଖି ହୀରାକୁଦର ୩୪ଟି ଗେଟ୍‌କୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ବନ୍ଦ କରି ଦିଆଯାଇଛି । ହୀରାକୁଦରେ ବର୍ତ୍ତମାନ ୬୨୧.୦୨ ଫୁଟ ଜଳସ୍ତର ରହିଥିବାବେଳେ ୬ ଟି ଗେଟ୍ ଦେଇ ଏବେ ଜଳ ନିଷ୍କାସନ ବାଲିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୬ ହଜାର ୬୧୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୫୪ ହଜାର ୬୯୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ସେପଟେ ବନ୍ୟା ପ୍ରଭାବିତ ଜିଲ୍ଲାରେ ରିଲିଫ ଓ ପୁନଃ ଥଇଥାନ କାର୍ଯ୍ୟକୁ ଜୋରଦାର କରିଛି ପ୍ରଶାସନ । ବନ୍ୟା ପାଇଁ ୧୫୯ ସ୍ବାସ୍ଥ୍ୟ ରିଲିଫ କ୍ୟାମ୍ପ, ୧୧୦ଟି ମୋବାଇଲ ଭ୍ୟାନ ଜରିଆରେ ପ୍ରଭାବିତ ୫ ହଜାର ୫ ଶହ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ସେହିପରି ଗୃହ ପାଳିତ ପଶୁଙ୍କ ପାଇଁ ୨୮୫ଟି କ୍ୟାମ୍ପ କରାଯାଇ ୧୦ ହଜାର ପ୍ରାଣୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ୫ ଲକ୍ଷ ୧୪ହଜାର ୪୯୯ ଟିକାକରଣ କରା ଯିବାସହ ୭ଟି ଜିଲ୍ଲାରେ ଜିଲ୍ଲାରେ ୨୩୧ ମେଟ୍ରିକ ଟନ ଗୋଖାଦ୍ୟ ଦିଆଯାଇଛି । ସେହିଭଳି ବନ୍ୟା ଯୋଗୁଁ ୨ଲକ୍ଷ ୭୭ ହଜାର ୯୫୫ ବିଜୁଳି ଗ୍ରାହକ ପ୍ରଭାବିତ ହୋଇଥିବା ବେଳେ ୨ଲକ୍ଷ ୪୩ ହଜାର ୩୪୬ ଜଣ ଗ୍ରାହକଙ୍କ ଘରକୁ ବିଜୁଳି ସଂଯୋଗ କରାଯାଇଛି । ପାଣି ଛାଡିବାପରେ ଆଉ ୩୪ ହଜାର ଗ୍ରାହକଙ୍କୁ ତୁରନ୍ତ ବିଦ୍ୟୁତ ସଂଯୋଗ କରାଯିବ । ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବା କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ମାଗଣା ଖାଦ୍ୟ ଯୋଗାଣ ସହ ୧୫ ଦିନ ରିଲିଫ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com