ଓଡ଼ିଶା

ପୁରୀରେ ରେଲଓ୍ୱେ ବୋର୍ଡ ଅଧ୍ୟକ୍ଷ ବିନୟ ତ୍ରିପାଠୀ, ସପରିବାର କଲେ ଶ୍ରୀଜିଉଙ୍କ ଦର୍ଶନ

ପୁରୀ: ପୁରୀରେ ରେଲୱେ ବୋର୍ଡର ଅଧ୍ୟକ୍ଷ ବିନୟ କୁମାର ତ୍ରିପାଠୀ। ସୋମବାର ସକାଳୁ ସେ ସପରିବାର ସହ ଶ୍ରୀମନ୍ଦିର ଯାଇ କରିଛନ୍ତି ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ।

ଦର୍ଶନ ସମୟରେ ଆରପିଏଫର ବରିଷ୍ଠ ଅଧିକାରୀ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିସହ ଶ୍ରୀମନ୍ଦିର ଭିତରେ ଥିବା ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ସହ ମାଆ ବିମଳା ଓ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ପରିବାର ସହ ଆସି ମହାପ୍ରଭୁଙ୍କ ଦର୍ଶନ ଲାଭ କରି ସେ ଆତ୍ମସନ୍ତୋଷ ଲାଭ କରିଥିବା କହିଛନ୍ତି।

ଆଗକୁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ ।  ରେଳ ଷ୍ଟେସନରେ ଯାତ୍ରୀ ମାନଙ୍କ ସୁରକ୍ଷା ଓ ରେଳ ଯାତ୍ରାର ସୁବିଧା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ରେଳ ବୋର୍ଡ଼ ଚେୟାରମ୍ୟାନ୍।

Related Articles

Back to top button