ଓଡ଼ିଶା

ଦଳାଚକଟାରେ ଯୁବକ ଗୁରୁତର, ଘରୁ ଆସୁଥିବାବେଳେ ଆକ୍ରମଣ କରିଥିଲା ଦନ୍ତା

ଟାଙ୍ଗୀ: ଦନ୍ତାହାତୀ ଦଳାଚକଟାରେ ଜଣେ ଯୁବକ ଗୁରୁତର ଆହତ ହୋଇଛି । ଆହତ ଯୁବକ ଜଣକ କୟଥପଲ୍ଲା ଗ୍ରାମର ଗିଲୁ ବେହେରା । ନିଜ ଘରୁ ଏହି ଯୁବକ ଜଣକ ସାଇକେଲ ଯୋଗେ ଜଙ୍ଗଲିଆ ରାସ୍ତା ଦେଇ ମାର୍କେଟ ଆସୁଥିବା ବେଳେ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା ।

ଯୁବକ ଜଣକ ଅଳ୍ପକେ ଜୀବନ ରକ୍ଷା କରି ପାରିଛନ୍ତି ସତ ମାତ୍ର ଗୁରୁତର ଆହତ ହୋଇଛନ୍ତି । ଆଉକିଛି ଲୋକ ସେହି ରାସ୍ତା ଦେଇ ଆସୁଥିବା ଯୋଗୁଁ ଯୁବକ ଜଣକ ଅଳ୍ପକେ ମୃତ୍ୟୁ ମୂଖରୁ ବର୍ତ୍ତିଗଲେ । ଆହତ ଅବସ୍ଥାରେ ଯୁବକ ଜଣଙ୍କୁ ଟାଙ୍ଗୀ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ମାତ୍ର ଅବସ୍ଥା ଗୁରୁତର ଥିବା ଯୋଗୁଁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲକୁ ଆହତ ଯୁବକ ଗିଲୁ ବେହେରାଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

ଅନ୍ୟ ପଟରେ ଟାଙ୍ଗୀ ବନବିଭାଗର କୟଥପଲ୍ଲା ଏବଂ ନରମାନବୀ ଜଙ୍ଗଲରେ ଗୋଟିଏ ଦନ୍ତାହାତୀ ଉପଦ୍ରବ ଜାରି ରଖିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com