Breaking NewsFeaturedରାଜନୀତି

ଶାସ୍ତ୍ରୀଙ୍କ ରେକର୍ଡ ଭାଙ୍ଗିଲେ ମୋଦି

ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶାସ୍ତ୍ରୀଙ୍କ ୫୮ ବର୍ଷର ରେକର୍ଡକୁ ମାତ ଦେଲେ ମୋଦି । ସଂସଦରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଉତ୍ତର ରଖି ଗୁରୁବାର ନରେନ୍ଦ୍ର ମୋଦି ଦୁଇ ଘଣ୍ଟା ୧୩ ମିନିଟ ଧରି ଭାଷଣ ଦେଇଥିଲେ । ତେବେ ୧୯୬୫ରେ ତତକାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଦେଇଥିବା ଭାଷଣର ଅବଧିରୁ ଏକ ମିନିଟ ଅଧିକ ଥିଲା ମୋଦିଙ୍କ ଉଦବୋଧନ । ୧୯୬୫ ଲାଲ ବାହାଦୁର ଶାସ୍ତ୍ରୀ ଦୁଇ ଘଣ୍ଟା ୧୨ ମିନିଟର ଭାଷଣ ଦେଇ ରେକର୍ଡ ସୃଷ୍ଟି କରିଥିଲେ । ଆଜି ପର୍ଯ୍ୟନ୍ତ ତାଙ୍କ ଭାଷଣର ସମୟ ସୀମା କେହି କାଟିପାରିନଥିବା ବେଳେ ଚଳିତ ମୌସୁମୀ ଅଧୀବେଶନରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଦେଇ ମୋଦି ଏହି ରେକର୍ଡ ଭଙ୍ଗ କରିଛନ୍ତି ।

ସେପଟେ ବାଚନିକ ଭୋଟରେ ସଂସଦରେ କାଟ ଖାଇଛି ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ । ମଣିପୁର ପ୍ରସଙ୍ଗକୁ କେନ୍ଦ୍ରକରି ମୋଦି ସରକାରଙ୍କ ବିରୋଧରେ ବିରୋଧୀ ମେଂଟ ଦଳ ଆଇଏନଡିଆଇଏ ଲେକସଭାରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଦେଇ ବିରୋଧୀଙ୍କୁ ଟାର୍ଗେଟ କରି ଅଭିଭାଷଣ ଆରମ୍ଭ କରିଥିଲେ ମୋଦି । ବିରୋଧୀଙ୍କ ଅବିଶ୍ୱାସ ବିଜେପି ପାଇଁ ସବୁବେଳେ ଶୁଭ ବୋଲି କହିଥିଲେ ମୋଦି । ୨୦୧୮ରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ହେଲେ ବିଜେପି ନିର୍ବାଚନ ଜିତି ଥିଲା ।

ସେହିପରି ଏଥର ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି, ୨୦୨୪ରେ ମଧ୍ୟ ବିଜେପି ରେକର୍ଡ ସଂଖ୍ୟକ ସିଟରେ ଜିତି ସରକାର ଗଠନ କରିବ ବୋଲି ଦୃଢତାର ସହ କହିଛନ୍ତି ମୋଦି । ଏମିତି ଅନେକ ଦିଗକୁ ନେଇ ଦୁଇ ଘଣ୍ଟା ୧୩ ମିନିଟ ଧରି ନରେନ୍ଦ୍ର ମୋଦି ଭାଷଣ ଦେଇଥିଲେ । ହେଲେ ମଣିପୁର ବିଷୟରେ ବିରୋଧୀଙ୍କ ଆଶା ଅନୁଯାୟୀ କିଛି ନକହିବାରୁ ମୋଦିଙ୍କ ଦୀର୍ଘ ଭାଷଣ ଶୁଣି ବିରୋଧୀ ଦଳର ନେତାମାନେ କକ୍ଷ ତ୍ୟାଗ କରିଥିଲେ ।

ତେବେ ମଣିପୁର ଘଟଣାକୁ ନେଇ ଗୃହରେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଏହି ପ୍ରସ୍ତାବକୁ ବିରୋଧୀ ମେଂଟ ଆଇଏନଡିଆଇଏ ସମେତ ଲୋକସଭାର ୧୪୪ ସାଂସଦ ସମର୍ଥନ କରିଥିଲେ । ତେବେ ସେ ଯାହା ହେଉନା କାହିଁକି ଶାସ୍ତ୍ରୀଙ୍କ ଭାଷଣ ରେକର୍ଡ ବଙ୍ଗ କରି ମୋଦି ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com