ମନୋରଞ୍ଜନ

ସୀମା ଟପିଲେ ଶ୍ୱେତା, କହିଲେ ‘ମୋ ବ୍ରା’ର ସାଇଜ୍…’

ନୂଆଦିଲ୍ଲୀ: ସବୁ ସୀମା ଟପିଲେ ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ। ସେ ଭଗବାନଙ୍କୁ ନେଇ ବଡ଼ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ନିଜର ଏକ ୱେବସିରିଜର ପ୍ରମୋସନ୍ ପାଇଁ ଶ୍ୱେତା ଭୋପାଳ ଯାଇଥିଲେ। ସେଠାରେ ଏକ କାର୍ଯ୍ୟକ୍ରମରେ ନିଜ ୱେବସିରିଜର ଘୋଷଣା ବେଳେ ଶ୍ୱେତା କିଛି ଏଭଳି କହିଥିଲେ, ଯାହାକୁ ଶୁଣିବା ପରେ ବିବାଦ ଆରମ୍ଭ ହୋଇଯାଇଛି।

ପ୍ରମୋସନ୍ ବେଳେ ଷ୍ଟେଜରେ ଏକ ଆଲୋଚନା କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ଶ୍ୱେତା କହିଥିଲେ ଯେ ‘ମୋ ବ୍ରା’ର ସାଇଜ୍ ଭଗବାନ ନେଉଛନ୍ତି। ଏହି ସମୟରେ ଶ୍ୱେତାଙ୍କ ସହ ୱେବସିରିଜର ପୂରା କାଷ୍ଟ ଷ୍ଟେଜରେ ଉପସ୍ଥିତ ଥିଲେ। ଯେତେବେଳେ ଷ୍ଟେଜରେ ମଜାକ୍ ଚାଲିଥିଲା, ସେହି ସମୟରେ ଶ୍ୱେତାଙ୍କ ମୁହଁରୁ ଏଭଳି ବିବାଦୀୟ କଥା ବାହାରିଥିଲା।

ଶ୍ୱେତାଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଏହା ଉପରେ ଲୋକେ ପ୍ରତିକ୍ରିୟା ଦେବା ମଧ୍ୟ ଆରମ୍ଭ କରିଦେଇଛନ୍ତି। ଭିଡିଓ ଦେଖି କିଛି ଲୋକେ କହିଛନ୍ତି ଯେ ଶ୍ୱେତା ନିଜେ ଜାଣିନାହାନ୍ତି ଯେ ସେ କ’ଣ କହୁଛନ୍ତି। ଆଉ ଜଣେ କହିଛନ୍ତି, ଲଜ୍ଜାର କିଛି ସୀମା ଥାଏ।

ମନିଷ ହରିଶଙ୍କର ଦ୍ୱାରା ନିର୍ଦ୍ଦେଶିତ ଏହି ୱେବସିରିଜର ସମସ୍ତ ଷ୍ଟାର୍ ମିଶି ଭୋପାଳରେ ପ୍ରମୋସନ କରୁଥିଲେ, ଯେଉଁଠାରେ ଶ୍ୱେତା ମଜାକିଆ ଢଙ୍ଗରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭୋପାଳରେ ଦେଇଥିବା ଏହି ବିବାଦୀୟ ମନ୍ତବ୍ୟ ପାଇଁ ଶ୍ୱେତାଙ୍କ ସମସ୍ୟା ବଢ଼ିପାରେ।

ଶ୍ୱେତାଙ୍କ ଏଭଳି ମନ୍ତବ୍ୟରେ ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ଡା, ନରୋତ୍ତମ ମିଶ୍ର ଖପ୍ପା ହୋଇଛନ୍ତି। ସେ କହିଛନ୍ତି, ଶ୍ୱେତାଙ୍କ ଏଭଳି ମନ୍ତବ୍ୟର ମୁଁ ନିନ୍ଦା କରୁଛି। ମୁଁ ଭୋପାଳ ପୁଲିସ୍ କମିଶନରଙ୍କୁ ଏହାର ତଦନ୍ତ ରିପୋର୍ଟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦେଇଛି। ଏହା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com