Breaking NewsFeaturedଭାଇରାଲ୍ ଭିଡିଓ

୨୦ ମିନିଟ୍ ଭିତରେ ଇସ୍ରାଏଲ ଉପରେ ୫ହଜାର ରକେଟ ମାଡ, ଇସ୍ରାଏଲକୁ ସାରା ବିଶ୍ୱର ସମର୍ଥନ

ମଧ୍ୟ ପ୍ରାଚ୍ୟରେ ମହାଯୁଦ୍ଧ । ଆରମ୍ଭ ହେଲା କି ଆଉ ଏକ ମହା ଯୁଦ୍ଧ । କାହିଁକି ନା ଇସ୍ରାଏଲ ଉପରେ ପାଲେଷ୍ଟାଇନର ଘନ ଘନ ରକେଟ ମାଡ । ମାତ୍ର ୨୦ ମିନିଟ ଭିତରେ ଇସ୍ରାଏଲ ଉପରେ ୫ହଜାର ରକେଟ ମାଡ ହୋଇଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୪୫୦ ଜଣରୁ ଅଧିକ ଜୀବନ ଗଲାଣି । ଗୋଟେପରେ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମି ନଥିବା ବେଳେ ଏପଟେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ । ଇସ୍ରାଏଲ ଉପରେ ଆତିଙ୍କୀ ସଂଗଠନ ହମାସ ଘନ ଘନ ରକେଟ ମାଡ କରିଛି । ଘନ ଘନ ରକେଟ ମାଡରେ ଜଳୁଛି ଇସ୍ରାଏଲର ବଡ ବଡ କୋଠା । ଶୁନସାନ ହୋଇଯାଇଛି ରାସ୍ତା ଘାଟ । ଆଉ ପ୍ରାଣ ହରାଇଛନ୍ତି ଶହ ଶହ ଲୋକ । ଯାହାର ଜବାବରେ ପାଲେଷ୍ଟାଇନ ବିରୋଧରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତା ନ୍ୟାହୁ ଯୁଦ୍ଧ ଘୋଷଣା କରିଛନ୍ତି ।

ଫଳରେ ଏକ ନୂଆ ସଙ୍କଟ ଭିତରକୁ ମିଡିଲ ଇଷ୍ଟ ଠେଲି ହୋଇଯାଇଛି । ୨୦ ମିନିଟ ଭିତରେ ଆତଙ୍କୀ ସଂଗଠନ ହମାସ ପକ୍ଷରୁ ପ୍ରାୟ ୫ ହଜାର ରକେଟ ମାଡ କରାଯାଇଛି । ଯାହାର ଯବାବରେ ଇସ୍ରାଏଲ ମଧ୍ୟ ଜୋରଦାର ଷ୍ଟ୍ରାଇକ କରିଛି । ହମାସ ବିରୋଧରେ ଅପରେସନ ଆଇରନ ସୋଡ ଆରମ୍ଭ କରିଦେଇଛି ଇସ୍ରାଏଲ । ଆକ୍ରମଣ ଏବଂ ପ୍ରତିଆକ୍ରମଣରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ହେବା ସହ ଅନେକ ନାଗରିକଙ୍କ ମୃତୁ୍ୟ ଘଟିଛି । ସ୍ଥିତି ଏବେବି ଜଟିଳ ରହିଛି । ସେହିପରି ଇସ୍ରାଏଲର କିଛି ଜାଗାରେ ଆତଙ୍କୀ ଓ ସେନା ମଧ୍ୟରେ ଏବେବି ଲଢେଇ ଜାରି ରହିଛି । ଇସ୍ରାଏଲରେ ପ୍ରାୟ ୧ ହଜାର ଲୋକ ଆହତ ହୋଇଥିବା କୁହାଯାଉଛି । ହମାସର ଆକ୍ରମଣ ପରେ ଏବେ ଯୁଦ୍ଧ ଆଡକୁ ମୁହାଁଇଛି । ବର୍ତ୍ତମାନ ଇସ୍ରାଏଲକୁ ସାରା ବିଶ୍ୱରୁ ସମର୍ଥନ ମିଳିଛି । ଭାରତ ମଧ୍ୟ ଖୋଲାଖୋଲି ଭାବେ ଇସ୍ରାଏଲକୁ ସମର୍ଥନ କରିଛି । ସେପଟେ ଆମେରିକା ମଧ୍ୟ ଇସ୍ରାଏଲକୁ ସମର୍ଥନ କରିବା ସହ ଆତଙ୍କବାଦୀ ଆକ୍ରମମକୁ ନିନ୍ଦା କରିଛି । ଏ ଲଢେଇ ବିଶ୍ୱ ପାଇଁ ନୂଆ ସଙ୍କଟ ଭାବେ ଉଭା ହୋଇଥିବା ବେଳେ ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଏ ଲଢେଇ ଏବରେ ନୁହଁ । ପୂର୍ବରୁ ଇରାନ ଓ ଇସ୍ରାଏଲ ମଧ୍ୟରେ ଶତ୍ରୁତା ରହିଆସିଛି । ଏହି ଦୁଇ ଦେଶ ମଧ୍ୟରେ ୨୦୦୫ରୁ ଆରମ୍ଭ ହୋଇଥଲା ଶତ୍ରୁତା । ପାକିସ୍ତାନ ମଧ୍ୟ ପରୋକ୍ଷରେ ହାମାସକୁ ସମର୍ଥନ କରିଛି । ସେପଟେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ବିଶ୍ୱର ଏକ ଶ୍ରେଷ୍ଠ ଗୁଇନ୍ଦା ସଂସ୍ଥା ଭାବେ ଗଣାଯାଏ । ଏହାସହ ଇସ୍ରାଏଲ ସେନା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ । ହେଲେ ଏସବୁ ସତ୍ତେ୍ୱ କେମିତି ହମାସ୍ ଆତଙ୍କବାଦୀ ଏତେ ବଡ଼ ଆକ୍ରମଣ କରିବାରେ ସଫଳ ହେଲେ, ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ଇସ୍ରାଏଲ ଗୁଇନ୍ଦା ସଂସ୍ଥାର ଏହା ଏକ ବଡ ବିଫଳତା ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com