
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସିବିଆଇ କାର୍ଯ୍ୟାକଳକୁ ପଶିବା ପରେ ବାହାରେ ଆପର ନେତା ଓ କର୍ମୀମାନେ ପ୍ରଦର୍ଶନ ଜାରି ରଖିଥିଲେ । ଆପ୍ ସାଂସଦ ସଂଜୟ ସିଂଙ୍କ ନେତୃତ୍ୱରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ପୋଲିସ ସଂଜୟ ସିଂଙ୍କ ସମେତ ଅନ୍ୟ ନେତାମାନଙ୍କୁ ଉଠାଇ ନେଇଛିି । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି କଥିତ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଏହାକୁ ବିରୋଧ କରି ଆମ୍ ଆଦମୀ ପାର୍ଟିର ନେତା ଓ କର୍ମୀମାନେ ସିବିଆଇ ଅଫିସ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ସିବିଆଇ କାର୍ଯ୍ୟାଳୟ ବାହାରେ ୧୪୪ ଧାରା ଲାଗୁ କରିଛି ।
ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି କି, ସିସୋଦିଆ ଯେତେବେଳେ ଜେଲରୁ ବାହାରକୁ ଆସିବେ ସେତେବେଳେ ପୁରା ପାର୍ଟି ତାଙ୍କୁ ସ୍ୱାଗତ କରିବାକୁ ଜେଲ ଫାଟକ ନିକଟରେ ଉପସ୍ଥିତ ଥିବ । ଏହାସହ ସେ ସିସୋଦିଆଙ୍କୁ ଆଶ୍ୱାସନା ଦେଇ ଲେଖିଛନ୍ତି କି, ତୁମେ ଜେଲ ଗଲେ ତୁମ ପରିବାର କଥା ବୁଝିବାକୁ ଆମେ ସମସ୍ତେ ଅଛୁ ।