ଜାତୀୟମନୋରଞ୍ଜନ

ରଜନୀକାନ୍ତଙ୍କ ୧୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲା ‘ବିକ୍ରମ’, ବକ୍ସ ଅଫିସ୍‌ରେ କରୁଛି ଧମାଲ

ମୁମ୍ବାଇ: କମଲ ହାସନଙ୍କ ଫିଲ୍ମ ‘ବିକ୍ରମ’ ପ୍ରଥମ ଦିନରୁ ବକ୍ସ ଅଫିସ୍‌ରେ ଧମାଲ କରୁଛି । କୁହାଯାଉଛି କି ଏହା ପୁଷ୍ପା, କେଜିଏଫ୍‌ର ରେକର୍ଡ ଭାଙ୍ଗିବାକୁ ଯାଉଛି । ଦ୍ୱାଦଶ ଦିନରେ ମଧ୍ୟ ବକ୍ସ ଅଫିସରେ ଫିଲ୍ମର ଗତି ଥମିବାର ନାମ ନେଉନାହିଁ । ଖବର ଅନୁଯାୟୀ, ଫିଲ୍ମର ମୋଟ୍‌ କଲେକସନ୍‌ ପାଖାପାଖି ୩୩୫ କୋଟିରେ ପହଞ୍ଚିଛି। ଏହି ଫିଲ୍ମଟି କମଲ ହାସନଙ୍କ ଆଜି ପର୍ଯ୍ୟନ୍ତ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି । ବର୍ତ୍ତମାନ ଏହା ସର୍ବାଧିକ ଆୟ କରିଥିବା ତାମିଲ ଫିଲ୍ମରେ ପରିଣତ ହୋଇଛି । ଏହି ଚଳଚ୍ଚିତ୍ରଟି ୧୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ।

ଏଥି ସହିତ ଟ୍ରେଡ୍‌ ଆନାଲିସିସ୍ ରମେଶ ବାଲାଙ୍କ ଟୁଇଟ୍ ଅନୁଯାୟୀ ବିକ୍ରମ ୧୨ ଦିନ ମଧ୍ୟରେ ରଜନୀକାନ୍ତଙ୍କ ଫିଲ୍ମ ପେଟାର ରେକର୍ଡ ଭାଙ୍ଗିଛି। ଏହା ସହିତ ଫିଲ୍ମ ତାମିଲନାଡୁରେ କେଜିଏଫ୍‌-୨କୁ ମଧ୍ୟ ଅତିକ୍ରମ କରି ଚଳିତ ବର୍ଷର ସର୍ବୋତ୍ତମ ଫିଲ୍ମରେ ସାମିଲ୍‌ ହୋଇଛି । ବିକ୍ରମ ତେଲୁଗୁ ରାଜ୍ୟରେ ଏକ ବ୍ଲକ ବୁଷ୍ଟର ହୋଇଛି। ଏଥି ସହିତ,  କେରଳରେ ମଧ୍ୟ ଧମାଲ କରିଛି ।

‘ବିକ୍ରମ’ ୩୦୦ କୋଟି ଟଙ୍କା ରୋଜଗାର କରିବା ପରେ କମଲ ହାସନ ମଧ୍ୟ ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି। ଫିଲ୍ମର ସଫଳତା ଦେଖି ନିର୍ଦ୍ଦେଶକଙ୍କୁ ଉପହାର ଦେଇଥିଲେ । ଫିଲ୍ମ ବିଷୟରେ କହିବାକୁ ଗଲେ ବିକ୍ରମଙ୍କରେ ଜବରଦସ୍ତ ଆକ୍ସନ୍ ରହିଛି । ଏହି ଚଳଚ୍ଚିତ୍ରରେ ବିଜୟ ସେଥୁପାଥି, ଫାହାଦ୍‌ଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଲୋକେଶ କାନଗରାଜ।

Related Articles

Back to top button
WP Twitter Auto Publish Powered By : XYZScripts.com