ଅନ୍ତର୍ଜାତୀୟ

ବୁମରାଙ୍କ ମାଇଲଷ୍ଟୋନ୍ : ‘ସେନା’ ଦେଶରେ କଲେ ୧୦୦ ଶିକାର

ବର୍ମିଂହାମ୍‌: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ପେସ୍‌ ବୋଲର ଯଶପ୍ରୀତ ବୁମରା ସେନା ଦେଶ (ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ) ରେ ୧୦୦ ଟେଷ୍ଟ ୱିକେଟ୍‌ ପୂରଣ କରିଛନ୍ତି । ଚଳିତ ଇଂଲଣ୍ଡ ବିପକ୍ଷ ସିରିଜ ନିର୍ଣ୍ଣାୟକ ପଞ୍ଚମ ଟେଷ୍ଟରେ ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ । ବୁମରା ଅଷ୍ଟ୍ରେଲିଆରେ ୩୨ଟି, ଦକ୍ଷିଣ ଆଫ୍ରିକାରେ ୨୬ଟି, ନ୍ୟୁଜିଲାଣ୍ଡରେ ୬ଟି ୱିକେଟ୍‌ ନେଇଥିବାବେଳେ ଇଂଲଣ୍ଡରେ ୩୬ଟି ୱିକେଟ୍‌ ଅକ୍ତିଆର କରି ସାରିଛନ୍ତି । ସେହିପରି ଇଂଲଣ୍ଡ ବିପକ୍ଷ କୌଣସି ଟେଷ୍ଟ ସିରିଜରେ ଭାରତୀୟ ପେସ୍‌ ବୋଲର ଭାବେ ବୁମରା ସର୍ବାଧିକ ୱିକେଟ୍‌ ରେକର୍ଡ଼ ସ୍ଥାପନ କରିଛନ୍ତି ।

ଚଳିତ ସିରିଜରେ ବୁମରା ୨୩ଟି ୱିକେଟ୍‌ ନେଇସାରିଛନ୍ତି । ତାଙ୍କ ନିକଟରେ ଅଧିକ ୱିକେଟ୍‌ ନେବାର ସୁଯୋଗ ରହିଛି । ୧୯୧- ୮୨ ସିଜନରେ ଭାରତର ପ୍ରସିଦ୍ଧ କ୍ରିକେଟର କପିଲ ଦେବ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୨୨ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ୨୦୧୪ରେ ଭୁବନେଶ୍ୱର କୁମାର ଇଂଲଣ୍ଡ ବିପକ୍ଷରେ ୧୯ଟି ୱିକେଟ୍‌ ନେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com