ମନୋରଞ୍ଜନ

ବଲିଉଡ୍‌ରେ ଡେବ୍ୟୁ କରିବେ ଇବ୍ରାହିମ୍

ମୁମ୍ବାଇ : ଚଳିତ ବର୍ଷ ଆରମ୍ଭରୁ ବଲିଉଡ୍‌ରେ ଏକାଧିକ ଷ୍ଟାର୍‌ କିଡ଼ସ ଙ୍କର ଏଣ୍ଟ୍ରି ଦେଖିବାକୁ ମିଳିଛି। ପ୍ରଥମେ ରବିନା ଟଣ୍ଡନ୍‌ଙ୍କ ଝିଅ ରାଶା ଥଡ଼ାନୀ, ଅଜୟ ଦେବଗନ୍‌ଙ୍କ ପୁତୁରା ଅମନ୍ ଦେବଗନ୍‌, ଏବଂ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଖୁସି କପୁର୍‌ ଏହାରି ମଧ୍ୟରେ ହିନ୍ଦୀ ଫିଲ୍ମରେ ଡେବ୍ୟୁ କରିସାରିଛନ୍ତି। ଏବେ ବଲିଉଡ୍‌ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଓ ଅଭିନେତ୍ରୀ ଅମ୍ରିତା ସିଂହଙ୍କ ପୁଅ ଇବ୍ରାହିମ୍ ଅଲ୍ଲୀ ଖାନ୍‌ ଅଭିନୟ ଦୁନିଆରେ ପାଦ ଥାପିଛନ୍ତି। ଇବ୍ରାହିମ୍‌ଙ୍କୁ ଜଣାଶୁଣା ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର୍‌ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ତାଙ୍କ ପ୍ରଥମ ଫିଲ୍ମର ଶୀର୍ଷକ ରହିଛି ‘ନାଦାନିୟାଁ’।

ଏହି ରୋମାଣ୍ଟିକ୍‌ ଲଭ୍‌ ଷ୍ଟୋରିରେ ଇବ୍ରାହିମ୍ ଓ ଖୁସି କପୁର୍‌ଙ୍କ ଯୋଡ଼ି ଦେଖିବାକୁ ମିଳିବ। ଫିଲ୍ମରେ ସୁନୀଲ ସେଟ୍ଟୀ, ଦିୟା ମିର୍ଜା, ଯୁଗଲ ହଂସରାଜ ଓ ମହିମା ଚୌଧୁରୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। କିଛି ଦିନ ତଳେ କରଣ ଜୋହର୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଫିଲ୍ମର ପ୍ରଥମ ପୋଷ୍ଟର୍‌ ସେୟାର୍‌ କରିଥିଲେ। ଏବେ ଫିଲ୍ମର ଗୀତ ‘ଇସ୍କ ମେଁ’ ଓ ‘ଗଲତ୍‌ଫୈମି’ ରିଲିଜ୍ ହୋଇଛି। ଫିଲ୍ମର ପୋଷ୍ଟର୍‌ ସହ ଗୀତରେ ଇବ୍ରାହିମ୍‌ ଓ ଖୁସିଙ୍କ ଚମତ୍କାର କେମେଷ୍ଟ୍ରି ଦେଖିବାକୁ ମିଳିଛି।

Related Articles

Back to top button